ଉତ୍କଳମଣିଙ୍କୁ ସମ୍ମାନ ଓ ପ୍ରକଳ୍ପକୁ ସ୍ୱାଗତ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷ।। ଅଭିଯାନ ପକ୍ଷରୁ ସରକାର ଉତ୍କଳମଣିଙ୍କୁ ସମର୍ପିତ ପୁରୀ ଜିଲ୍ଲାର ସୁଆଣ୍ଡୋଠାରେ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ସ୍ୱାଗତ କରିବା ସହିତ ଆଗାମୀ ପିଢ଼ି ପାଇଁ ଏହା ଆଲୋକର ବର୍ତ୍ତିକା ଓ ପ୍ରେରଣାର ଉତ୍ସ ହେବ ବୋଲି ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତ ବ୍ୟକ୍ତ କରିବା ସହିତ ପୂଜ୍ୟପୂଜା ହେଉଛି ଉତ୍କଳର ପାତାଳଭେଦି ସଂସ୍କୃତି । ତେଣୁ ସମସ୍ତେ ଏଥି ନିମିତ୍ତ ପ୍ରୟାସ କରିବାକୁ କହିଥିଲେ, ମୁଖପାତ୍ର ଅରବିନ୍ଦ୍ର ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ଡ. ଅସିତ ଦାସ ପ୍ରମୁଖ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଗୋପବନ୍ଧୁଙ୍କ ଷଠିଘର, ସଂଗ୍ରହାଳୟ, ପାର୍କ, ମନ୍ଦିର ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଜନସାଧାରଣଙ୍କୁ ସମର୍ପିତ କରାଯାଇଛି । ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ପ୍ରଦାନ କରାଯାଇଛି । ଅଭିଯାନ ପକ୍ଷରୁ ଏହାକୁ ସ୍ୱାଗତ କରାଯିବା ସହିତ ଅନ୍ୟ ମହାପୁରୁଷଙ୍କ ପରିପ୍ରେକ୍ଷୀରେ ଲାଗୁ କରାଯାଉ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ