ଉତ୍କଳୀୟ ନବ ବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମହାବିଷୁବ ସଂକ୍ରାନ୍ତି ଓ ପବିତ୍ର ଉତ୍କଳୀୟ ନବ ବର୍ଷ ଅବସରରେ ରାଜ୍ୟ, ସାରା ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ସାଢ଼େ ଚାରି କୋଟି ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିଠୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦେଶ ଅନୁସାରେ ନୂତନ ପାଞ୍ଜିର ଗଣନା ଆରମ୍ଭ ହୁଏ । ଆଜି ହନୁମାନ ଜୟନ୍ତୀର ମଧ୍ୟ ପବିତ୍ର ଅବସର । ହିନ୍ଦୁ ପରମ୍ପରାରେ ଏଥିାଇଁ ଲୋକଙ୍କ ଅଖଣ୍ଡ ଶ୍ରଦ୍ଧା ରହିଛି । ଉତ୍କଳୀୟ ନବବର୍ଷ ନୂଆ ସୁଯୋଗ ଓ ନୂଆ ସମ୍ଭାବନା ନେଇ ଆସୁ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃାରୁ ମାନବଜାତିରୁ କରୋନା ମହାମାରୀ ଶୀଘ୍ର ଦୂର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ