ଉତ୍କଳ ଶବର ମହାସଂଘର ବୈଠକ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଉତ୍କଳ ଶବର ମହାସଂଘର ବୈଠକ ଅନୁଷ୍ଠିତ ହୋଯାଇଛି । ସଂପାଦକ ରବିନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହ ସଂପାଦକ ସୁବାଷ ଦାସ, ଉପ ସଭାପତି ଅମୂଲ୍ୟ ଦାସ, ମୋହନ ଦାସ, ଶ୍ରୀକାନ୍ତ ଦାସ, ଭାଗ୍ୟଧର ଦାସ, ରବିନ୍ଦ୍ର ଦାସ, ବୁଲୁ ଦାସ, ଦିପୁ ଦାସ, ପ୍ରଦୀପ ଦାସ, ମାଧବାନନ୍ଦ ଦାସ, ବୈଲୋଚନ ଦାସ, ସିଲୁ ଦାସ, ପ୍ରକାଶ ପାତ୍ର, ଅନନ୍ତ ପାତ୍ର, ନିରାକର ଦାସଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ଶବର ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିସହ ସଙ୍ଗଠନକୁ ମଜବୁତ୍ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ।


