ସିପିଆଇ ଶାଖା କମିଟିର ସାଧାରଣ କର୍ମୀ ସମ୍ମିଳନୀ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : କୁମ୍ଭକରାଳ ଠାରେ ବନ୍ତ ପଞ୍ଚାୟତ ସିପିଆଇ ଶାଖା କମିଟିର ସାଧାରଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାଥୀ ସୁବାଷ ଚନ୍ଦ୍ର ବେହେରା, ରାମ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଜିଲ୍ଲା ସଭାପତି ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ସହସଂପାଦକ ପରମେଶ୍ୱର ବାରିକ, ନିରଞ୍ଜନ ନାୟକ, ପିତବାସ ସେଠୀ ଯୋଗ ଦେଇ ସଙ୍ଗଠନକୁ ଶକ୍ତିଶାଳୀ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କମ ମଧ୍ୟରେ ଶାଖା ସଂପାଦକ ପର୍ଶୁରାମ ସ୍ୱାଇଁ, ସୁଧାକର ଦାଶ, ପଦ୍ମନାଭ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, କାଳନ୍ଦି ଦାଶ, ନୃସିଂହ ଚରଣ ପରିଡା, ପଞ୍ଚାନନ ସେଠୀ ଉପସ୍ଥିତ ଥିଲେ ।


