ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ତରାଣ୍ଡୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଘର ଉପଦେଷ୍ଟା ଅକ୍ଷୟ କୁମାର ପତ୍ରୀ ସଙ୍ଘ ଜିଲ୍ଲା ଶାଖାର ନବ ନିର୍ବାଚିତ ସଭାପତି ପ୍ରମୋଦ କୁମାର ତ୍ରିପାଠୀ ଏବଂ ସମ୍ପାଦକ ଭଗବାନ ସାହୁଙ୍କୁ ସଙ୍ଘର ଗୋପନୀୟତା ଏବଂ ଦାୟିତ୍ୱ ବୋଧ ସମ୍ପର୍କରେ ଶପଥ ପାଠ କରାଇଥିଲେ । ଅନ୍ୟତମ ଉପଦେଷ୍ଟା ଭାଗବତ ପତ୍ରୀ ଏବଂ ଭୂବନମୋହନ ମିଶ୍ର ସଙ୍ଘର କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର ଶତପଥୀ, ଉପସଭାପତି ସଂଯୁକ୍ତା ମିଶ୍ର ଓ ଅନ୍ୟତମ ଉପସଭାପତି ମାନସରଞ୍ଜନ ମୁଦ୍ରାଙ୍କୁ ଶପଥ ପାଠ କରାଇଥିଲେ । ଏତଦବ୍ୟତିତ ଯୁଗ୍ମ ସମ୍ପାଦକ ଜୟନ୍ତ କୁମାର ପଣ୍ଡା ଓ ନର୍ମଦା ବେହେରା, ସଂଗଠନ ସମ୍ପାଦକ ସତ୍ୟବ୍ରତ ଷଡଙ୍ଗୀ, କୋଷାଧ୍ୟକ୍ଷ ସୁଜୟ କୁମାର ବେହୁରା, କାର୍ଯ୍ୟକାରିଣୀ ସଦସ୍ୟ ଅଚ୍ୟୁତ କୁମାର ସ୍ୱାଇଁ, ଅଳକାମଞ୍ଜରୀ ମହାନ୍ତି, କମଳାକାନ୍ତ ମିଶ୍ର, ଗୋପିନାଥ ଦ୍ୱିବେଦୀ ପ୍ରମୁଖଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ । ଏହି ସାମ୍ବିଧାନିକ ସମ୍ମିଳନୀରେ ସଙ୍ଘର ଆୟବ୍ୟୟର ସମୀକ୍ଷା କରାଯିବା ପରେ ପଣ୍ଡିତ ମାନସ ମୁଦ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ