ଉଦଘାଟନୀ କ୍ରିକେଟ ମ୍ୟାଚରେ କରଞ୍ଜରା ଟିମ୍ ବିଜୟୀ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୋପିନାଥ ସ୍ବାମୀ ହାଇ ସ୍କୁଲ ନିକଟ ପଡିଆରେ ଶୁକ୍ରବାର ଦିନ ସନ୍ତୋଷ କୁମାର ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ ହୋଇଯାଇଛି । ପୋଲସରା ବିଧାୟକ ତଥ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ସରପଞ୍ଚ ବିଜୟ କୁମାର ସ୍ୱାଇଁ, ସମାଜସେବୀ ବସନ୍ତ କୁମାର କରଣ ଓ ସୁଜିତ କୁମାର ବିଷୋୟୀ,ଏବଂ ବ୍ଲକ ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ପୋଲାଇ ପ୍ରମୁଖ ଯୋଗଦେଇଥିଲେ। ଖେଳ ଆରମ୍ଭ ପୂର୍ବରୁ ସ୍ବର୍ଗତ ସନ୍ତୋଷ କୁମାର ପୋଲେଇଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉଦଘାଟନୀ ମ୍ୟାଚ କଣଛାଇ ଟିମ୍ ଓ କରଞ୍ଜରା ଟିମ୍ ମଧ୍ୟରେ ହୋଇଥିଲା । କଣଛାଇ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ୧୨ ଓଭରରେ ୪ ଉଇକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଜବାବରେ କରଞ୍ଜରା ଟିମ୍ ୧୦.୪ ଓଭରରେ ୬ ଉଇକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । କରଞ୍ଜରା ଟିମ୍ ର କାହ୍ନୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। କ୍ରିକେଟ ଖେଳପ୍ରେମୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ