ଦିଲ୍ଲୀ ଓ ପଞ୍ଜାବ ଭଳି ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇଁ ଆମ ଆଦମୀ ପାର୍ଟିର ଦସ୍ତଖତ ଅଭିଯାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆମ ଆଦମୀ ପାର୍ଟିର ଦିଲ୍ଲୀ ଓ ପଞ୍ଜାବ ସରକାରଙ୍କ ଭଳି ଓଡିଶାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ସେବା ପ୍ରଦାନ ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି ସମର୍ଥନ ଯୋଗାଡ ଅଭିଯାନ । ଏ ନେଇ ବାଲେଶ୍ୱର ସହରରେ ଆମ ଆଦମୀ ପାର୍ଟିର କର୍ମୀ ନିକୁଞ୍ଜ ମହାନ୍ତିଙ୍କ ନେତୃତ୍ୱରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ୫୦ରୁ ଅଧିକ ସଦସ୍ୟ ଯୋଗଦେଇ ମାଗଣା ବିଜୁଳି ସେବା ପ୍ରଦାନ ସପକ୍ଷରେ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଆମ ଆଦମୀ ପାର୍ଟିର ସଦସ୍ୟମାନେ ଓଡିଶାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ଆଭିମୁଖ୍ୟକୁ ସମ୍ପୂର୍ଣ ତଥ୍ୟ ସହ ଉପସ୍ଥାପିତ କରିଥିଲେ । ଦଳର ଏହି ଅଭିଯାନରେ ସାମିଲ ହୋଇ ଲୋକେ ନିଜର ମୌଳିକ ଅଧିକାର ହାସଲ ପାଇଁ, ଆମ ଆଦମୀ ପାର୍ଟିର କର୍ମୀମାନେ ବୁଝାଇଥିଲେ । ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦସ୍ତଖତ ପତ୍ରରେ ସ୍ୱାକ୍ଷର ସହ କରି ଏହି ଅଭିଯାନକୁ ସମର୍ଥନ ଦେଇଥିଲେ । ଏହି ଅଭିଯାନରେ ଦୁଇ ମାସ ମଧ୍ୟରେ ବାଲେଶ୍ୱର ଜ଼ିଲ୍ଲାର ଏକଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ଦଳର କର୍ମୀ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଇକବାଲ ଖାନ, ଶେଖ ସାଜିରୁଦ୍ଦିନ, ଶେଖ ସଫିଉଲ୍ଲା, କାହ୍ନୁଚରଣ ଲେଙ୍କା, ସବିତା ଦାସ, ବାସନ୍ତୀ ରାଉତ, ଉଦୟ ନାଥ ଗିରି, ମିଥୁନ ସାମନ୍ତ ପ୍ରମୁଖ ଆମ ଆଦମୀ ପାର୍ଟିର ସଦସ୍ୟମାନେ ଉପସ୍ଥିତ ରହି ଦସ୍ତଖତ ଅଭିଯାନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ