ଉପକାରୀ ଲବଙ୍ଗ

ଲବଙ୍ଗରେ ବହୁ ଉପକାରୀ ଗୁଣ ରହିଥାଏ, ଯାହା ଶରୀର ପାଇଁ ଲାଭଦାୟକ । ସାଧାରଣତଃ ଲୋକେ ଏହାକୁ ଗରମ ମସଲା ରୂପେ ବ୍ୟବହାର କରିଥାନ୍ତି । ପଲାଉ ଓ ବିରିୟାନୀରେ ଲବଙ୍ଗକୁ ଅଧିକ ମାତ୍ରରେ ବ୍ୟବହାର କରାଯାଏ । ଜାଣନ୍ତୁ ଏହାର ଉପକାରିତା ବିଷୟରେ ଯାହା ଆପଣଙ୍କୁ ଚକିତ କରିଦେବ ।
୧. ଏକ ଚିମୁଟା ଲବଙ୍ଗ ପାଉଡର ନେଇ ସେଥିରେ ୧ ଚାମଚ ମହୁ ମିଶାଇ ସେବନ କଲେ ବାନ୍ତିରୁ ଉପଶମ ମିଳିଥାଏ ।
୨. ନାଲି ଚା’ରେ ଲବଙ୍ଗ ଫୁଟାଇ ପିଇବା ଦ୍ୱାରା ଜ୍ୱର, ସର୍ଦି ବହୁତ ଶୀଘ୍ର ଭଲ ହୋଇଥାଏ ।
୩. ଲବଙ୍ଗ ଓ ରସୁଣ କୋଲାକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ପାଣି ବା ମହୁ ସହ ସେବନ କଲେ ଥଣ୍ଡା, କାଶ ଓ କଫରୁ ଆରମ ମିଳେ ।
୪. ତା’ରେ ଲବଙ୍ଗକୁ ଗରମ କରି ପାଟି କଳରେ ଜାକିଲେ କଫରୁ ଆରମ ମିଳେ ।
୫. ଏକ କପ୍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ