ବାଲି ନିର୍ମିତ ହୋଟେଲ୍

ପିଲାଦିନେ ଆମେ ବାଲିରେ ଅନେକ ଘର ବନାଇ ଖେଳନ୍ତି । କିନ୍ତୁ ସେହି ଘର ସାମାନ୍ୟ ଆଘାତରେ ଭାଙ୍ଗିଯାଏ । କିନ୍ତୁ ନେଦରଲ୍ୟାଣ୍ଡର କିଛି ମୂର୍ତ୍ତି ନିର୍ମାଣକାରୀ ଏହି ବାଲି ଘରକୁ ସ୍ଥାୟୀ ବନାଇବାରେ ସଫଳ ହୋଇଛନ୍ତି ଗୋଟିଏ ହୋଟେଲ୍ ମାଧ୍ୟମରେ । ନେଦରଲ୍ୟାଣ୍ଡର ଓସ୍ ଟାଉନ୍ରେ ନିର୍ମାଣ କରାଯାଇଛି ଏହି ହୋଟେଲ୍ । ଏବେ କିନ୍ତୁ ସେହି ହୋଟେଲ୍ରେ ଗୋଟିଏ ରୁମ୍ର ବ୍ୟବସ୍ଥା କରାଯାଇଛି । ସେହି ରୁମ୍ରେ ରହିବାକୁ ହେଲେ ଆପଣଙ୍କୁ ଗୋଟିଏ ଦିନ ପାଇଁ ୧୧ ହଜାର ଟଙ୍କା ମୂଲ୍ୟ ଦେବାକୁ ହେବ । ହୋଟେଲ୍ର ମ୍ୟାନେଜର ମାଦ ବେନ୍ ଲିୱେନ କହନ୍ତି, ନେଦରଲ୍ୟାଣ୍ଡରେ ଏଭଳି ବାଲି ତିଆରି ହୋଟେଲ୍ ବନାଇବାର ଆଇଡିଆ ତାଙ୍କୁ ଫିନ୍ଲ୍ୟାଣ୍ଡ ଓ ସ୍ୱିଡେନ୍ରୁ ମିଳିଥିଲା । ସେଠାରେ ବରଫ ନିର୍ମିତ ହୋଟେଲ୍ ଦେଖିବାକୁ ମିଳେ । ସେହି ହୋଟେଲ୍ ମଧ୍ୟରେ ବରଫ ନିର୍ମିତ ବେଡ଼ ରହିଛି, ଘରମାନଙ୍କର ତାପମାତ୍ରା ୮ଡିଗ୍ରୀ ସେଲସିୟସ୍ କମ୍ ରହିଥାଏ । ଲିୱେନ୍ ବାଲିର ହୋଟେଲ୍ ବନାଇବା ପାଇଁ ହଜାର ହଜାର ଟନ୍ ବାଲି ସଂଗ୍ରହ କରିଥିଲେ । ବାଲି ଘରକୁ ସୁଦୃଢ଼ କରିବା ପାଇଁ କାଠର ଢ଼ାଞ୍ଚା ପ୍ରସ୍ତୁତ ହୋଇଥିଲା । ପରେ ବାଲିର ଛାତ, ଭୂଇଁ ଓ କାନ୍ଥ ପ୍ରସ୍ତୁତ ହୋଇଥିଲା । ହୋଟେଲରେ ଅତିଥିଙ୍କ ପାଇଁ ୱାଇଫାଇ, ଲାଇଟ୍ ଓ ପାଣିର ସୁବିଧା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ