ଉମିଦ ସେବା ସଂଗଠନ ପକ୍ଷରୁ ସାହାର୍ଯ୍ୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ପଞ୍ଚାୟତ ମତାବାଜ ଗ୍ରାମରେ କ୍ୟାନସର ପୀଡିତା ପାର୍ବତୀ ବେହେରାଙ୍କ ପରିବାରକୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଯଥାସମ୍ଭବ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଏହା ସହିତ କ୍ୟାନସର ଚିକିତ୍ସାର ସରକାରୀ ସାହାର୍ଯ୍ୟ ପାଇଁ ସଂଗଠନ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି । ଅନୁରୂପ ଭାବେ ପାଟୁଳି ଗ୍ରାମର ଭିନ୍ନକ୍ଷମ ଶିଶୁଙ୍କ ପରିବାରକୁ ମଧ୍ୟ ସାହାର୍ଯ୍ୟ ଯୋଗାଯାଇଛି । ଏହା ସହିତ ଦକ୍ଷିଣବାଡ ପଞ୍ଚାୟତ ହାଟଡିହୀ ଗ୍ରାମର ପାରାଲିସିସି ସହିତ ଅନ୍ୟାନ୍ୟ ରୋଗରେ ପୀଡିତ ଅଦୈତ ଜେନାଙ୍କୁ ସେବା ସଂଗଠନ ସଦସ୍ୟମାନେ ଆଜି ଭେଟିଛନ୍ତି । ଏନେଇ ଅଦୈତ ଜେନାଙ୍କ ସମ୍ବନ୍ଧରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉମିଦ ପରିବାର ପକ୍ଷରୁ ତତକ୍ଷଣାତ ସଦସ୍ୟମାନେ ହାଟଡିହୀରେ ପହଞ୍ଚିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆସନ୍ତା ଡିସେମ୍ବର ମାସର ଓøଷଧ ଖର୍ଚ୍ଚ ଦେବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ତତସଂଗେ ସଂଗେ ଅଚ୍ୟୁତାନନ୍ଦଙ୍କ ପରିବାରକୁ ସଂଗଠନ ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।


