ଧାନକିଣା ପାଇଁ ଭିଡିଓ କନଫ୍ରେନସିଂ ଜରିଆରେ ପ୍ରଶିକ୍ଷଣ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଆସନ୍ତା ୨୦-୨୧ ଖରିଫ ଧାନକ୍ରୟ ପାଇଁ ଭିଡିଓ କନଫ୍ରେନସିଂ ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭଦ୍ରକ ଠାରେ ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ ଓ ସହକାରୀ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ଭିଡିଓ କନଫ୍ରେନସିଂ ଜରିଆରେ ସମସ୍ତ ଉପସ୍ଥିତ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଧାନକ୍ରୟ ବେଳେ ପୂର୍ବବର୍ଷ ଦେଖାଦେଇଥିବା ଅସୁବିଧା ଗୁଡିକ ଯେଉଁଭଳି ଚଳିତବର୍ଷ ପୁନରାବୃତ୍ତି ନଘଟେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । କ୍ରୟ ବେଳେ କେଉଁ କେଉଁ ସମସ୍ୟା ଆସିଲେ ସମାଧାନ ପାଇଁ କଣ ପଦକ୍ଷେପ ନିଆଯିବ ସେନେଇ ମଧ୍ୟ ଭିଡିଓ କନଫ୍ରେନସିଂ ଜରିଆରେ ବାର୍ତ୍ତା ଦିଆଯାଇଥିଲା । ପ୍ରଶିକ୍ଷଣ ପାଇଁ ସଭାଗୃହ ମଧ୍ୟରେ ବ୍ଲକ ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକଙ୍କ ସମେତ ୧୦ଗୋଟି ସମବାୟ ସମିତିର ସମ୍ପାଦକ, ମହିଳା ଏସଏଚଜି ଗ୍ରୁପ ଓ ଡାଟାଏନ୍ଟ୍ରି ଅପରେଟର ମାନେ ଉପସ୍ଥିତ ଥିଲେ ।


