ଏଆଇସିଏଫ୍‌ ନିର୍ବାଚନ, ଚୌହାନ ଗୋଷ୍ଠୀଙ୍କ କ୍ଲିନ୍‌ ସୁଇପ୍‌

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ବହୁ ପ୍ରତୀକ୍ଷିତ ଅଲ୍ ଇଣ୍ଡିଆ ଚେସ୍‌ ସଂଘ (ଏଆଇସିଏଫ୍‌) ନିର୍ବାଚନ ସୋମବାର ଅନ୍‌ଲାଇନ୍‌ ଜରିଆରେ ସମ୍ପନ୍ନ ହୋଇଛି। ଦୁଇ ଚେସ୍ ପ୍ରଶାସକଙ୍କ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ନିର୍ବାଚନୀ ଲଢ଼େଇରେ ପୂର୍ବତନ ସମ୍ପାଦକ ଭରତ ସିଂହ ଚୌହାନ‌‌ ଗୋଷ୍ଠୀ ବିଜୟୀ ହୋଇଛନ୍ତି। ଭରତ ସିଂହ ଚୌହାନ ନିଜେ ସମ୍ପାଦକ ଭାବେ ପୁନଃନିର୍ବାଚିତ ହୋଇଥିବା ବେଳେ ତାଙ୍କ ଗୋଷ୍ଠୀ ସମର୍ଥିତ ସଭାପତି (ଡକ୍ଟର ସଞ୍ଜୟ କାପୁର) ଏବଂ କୋଷାଧ୍ୟକ୍ଷ (ନରେଶ ଶର୍ମା) ମଧ୍ୟ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ ସଞ୍ଜୟ କାପୁର ୩୩-୩୧ରେ ପିଭି ଭେଙ୍କଟରାମା ରାଜାଙ୍କୁ ପରାସ୍ତ କରିଥିଲେ। ଭାରତ ସିଂହ ୩୫-୨୯ରେ ରବୀନ୍ଦ୍ର ଡୋଙ୍ଗରେଙ୍କୁ ପଛରେ ପକାଇଥିଲେ। .୧୫ ଜଣିଆ କାର୍ଯ୍ୟକାରୀ ସମିତିରେ ଭାରତ ସିଂହଙ୍କ‌ ଗୋଷ୍ଠୀ ୧୧ ପଦ ଅଳଙ୍କୃତ କରି ନେଇଛନ୍ତି। ପ୍ରତିପକ୍ଷ ଗୋଷ୍ଠୀର ୩ ଯୁଗ୍ମ ସମ୍ପାଦକ ଓ ଜଣେ ଉପସଭାପତି ପଦ ପାଇଛନ୍ତି। ୬ ଜଣ ଲେଖାଏଁ ଉପସଭାପତି ଓ ଯୁଗ୍ମ ସମ୍ପାଦକ ନିର୍ବାଚିତ‌ ହୋଇଛନ୍ତି। ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଦ୍ବାରା ନିଯୁକ୍ତ ବିଚାରପତି କେ କାନନ୍‌ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଓଡ଼ିଶାକୁ କେହି ନିର୍ବାଚନରେ ଅବତୀର୍ଣ୍ଣ ହୋଇନଥିଲେ। ବିଜୟ ପରେ ଭରତ ସିଂହ ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ‘ଚେସ୍‌ ଓ ସତ୍ୟର ବିଜୟ ହେଲା’। ବିଗତ ଦେଢ଼ ବର୍ଷ ହେବ ଭାରତୀୟ ଚେସ୍‌ରେ ଲାଗି ରହିଥିବା ବିବାଦ ଓ ବିରୋଧଭାଷର ଅବସାନ ଘଟିବ ବୋଲି ଚେସ୍‌ ଦୁନିଆ ଆଶା କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ