ଏକବିଂଶ ଶତାବ୍ଦୀରେ ଯୋଗ ଗବେଷଣାର ଭୂମିକା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଶିବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀ, ଭୁବନେଶ୍ୱର ପକ୍ଷରୁ ଏକବିଂଶ ଶତାବ୍ଦୀରେ ଯୋଗ ଗବେଷଣାର ଭୂମିକା ସମ୍ପର୍କରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଦେଶର କୋଣ ଅନୁକୋଣରୁ ପାଖାପାଖି ୧୫୦ରୁ ଉର୍ଦ୍ଧ୍ୱ ଛାତ୍ର, ଛାତ୍ରୀ, ଅଧ୍ୟୟନରତ ଏମ୍‌ଫିଲ୍ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ଏଥିରେ ଅଂଶଗ୍ରହଣ କରିଥିଲେ । ସମାଜ କଲ୍ୟାଣ ପାଇଁ ଯୋଗର ମୂଲ୍ୟଭିତ୍ତିକ ଅନୁସନ୍ଧାନର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ. ବ୍ୟୋମକେଶ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଯୋଗ ବିଭାଗର ସହ ପ୍ରଧ୍ୟାପକ ତଥା ମୁଖ୍ୟ ଡ. ସଞ୍ଜୀବ ପାତ୍ର, ପଞ୍ଜାବ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଧ୍ୟାପକ ଡ. ଏନ୍‌.ସି. ପଣ୍ଡା, ଚଣ୍ଡିଗଡ଼ର ଚିତ୍ରକା ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ମୁଖ୍ୟ ଡ. ପ୍ରିଥି ଯେ, ଚଣ୍ଡିଗଡ଼ର ପିଜିଆଇଏମ୍‌ଆଇଆର ସ୍ନାୟୁ ବିଭାଗର ପ୍ରଧ୍ୟାପକ ଡା. ଅକ୍ଷୟ ଆନନ୍ଦ, କଟକ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଯୋଗ ସହାୟକ ପ୍ରଧ୍ୟାପକ ଡ. ପ୍ରତିଭା ଶ୍ରୀ, ଏକାଡ଼େମୀର ପ୍ରଧାନ ଅଧ୍ୟାପକ ପ୍ରଫେସର ରାଧାମୋହନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଏକାଡ଼େମୀର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ