ଏକଲାପଣ ଦୂର କରିବ “ବୟଫ୍ରେଣ୍ଡ୍ ହଗ୍ ସ୍ପିକର୍ସ’

ବୟଫ୍ରେଣ୍ଡ୍ ନ ଥିଲେ ଆଦୌ ଚିନ୍ତା କରନ୍ତୁନି । ଏକଲାପଣ ଦୂର କରିବା ପାଇଁ ଜାପାନର ଏକ ଭିଡିଓ ଗେମ୍ କମ୍ପାନୀ “ଲେବଲ-୫’ ଓତୋମେ ୟୁଶା ସହିତ ମିଶି ନକଲି ବୟଫ୍ରେଣ୍ଡ୍ ପ୍ରସ୍ତୁତ କରିଛି । ଯୁବତୀମାନେ ଏହି ନକଲି ବୟଫ୍ରେଣ୍ଡ୍ର ବାହୁବନ୍ଧନରେ ବାନ୍ଧି ହୋଇ ଟେନ୍ସନ୍ ଦୂର କରିପାରିବେ । ଏହାକୁ ଯେଉଁ ସ୍ଥାନକୁ ଚାହିଁବେ ସାଙ୍ଗରେ ନେଇ ଯାଇପାରିବେ । ଯେପରିକି ରେଷ୍ଟୁରାଣ୍ଟ, ଶପିଂ ମଲ୍, କାଫେ କିମ୍ବା ସିନେମା ହଲ୍ । ଏହି ପ୍ରଡକ୍ଟର ନାଁ ହେଲା “ବୟଫ୍ରେଣ୍ଡ୍ ହଗ୍ ସ୍ପିକର୍ସ’ । ଦୁଇ ବାହୁ ବିଶିଷ୍ଟ ଏହି ନକଲି ବୟଫ୍ରେଣ୍ଡ ଏକ ଧଳା ରଙ୍ଗର ତକିଆ ସଦୃଶ । ଆରାମ ଲାଗିବା ପାଇଁ ଦୁଇ ବାହୁରେ ବ୍ଲୁ ଟୁଥ୍ ସ୍ପିକର ଲାଗିଛି । କୋଳେଇ ନେଲେ ମ୍ୟୁଜିକ୍ ବାଜିଉଠିବ । ଏହି “ବୟଫ୍ରେଣ୍ଡ୍ ସ୍ପିକର’ ପାଇବା ଏତେ ସହଜ ନୁହେଁ । କମ୍ପାନୀ ପକ୍ଷରୁ ଟୁଇଟର୍ରେ ଏକ ପ୍ରତିଯୋଗିତା କରାଯାଉଛି । ଏଥିରେ ଯେଉଁ ପ୍ରତିଯୋଗୀଙ୍କ ନାମ ଅଗଷ୍ଟ ୯ ପୂର୍ବରୁ ବିଜେତା ଘୋଷଣା କରାଯିବ ତାଙ୍କୁ ଏହି ସ୍ପିକର ପ୍ରଦାନ କରାଯିବ । ଖାଲି ଯୁବତୀଙ୍କ ପାଇଁ ନୁହେଁ ଯୁବକଙ୍କ ପାଇଁ ମଧ୍ୟ ଏପରି “ଗାର୍ଲଫ୍ରେଣ୍ଡ୍ ସ୍ପିକର’ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ