ସ୍ମାର୍ଟବ୍ୟାଣ୍ଡ୍ରୁ ଜାଣିହେବେ ଭାବାବେଗ
ଆମେରିକା ଲାଞ୍ଚେଷ୍ଟର ୟୁନିଭର୍ସିଟିର ଗବେଷକମାନେ ଏକ ରିଷ୍ଟ୍ବ୍ୟାଣ୍ଡ୍ ବିକାଶ କରିଛନ୍ତି ଯାହା ମାଧ୍ୟମରେ ଭାବାବେଗକୁ ଜାଣିପାରିବେ । କୌଣସି ଭାବନା ପ୍ରକାଶ ପାଇଲେ ଏଥିରେ ଉପଯୋଗ କରାଯାଇଥିବା ଟେକ୍ନୋଲାଜି ଦ୍ୱାରା ରଙ୍ଗ ପରିବର୍ତ୍ତନ, ଉତ୍ତପ୍ତ ହୋଇ କିମ୍ବା ତରଙ୍ଗ ସୃଷ୍ଟି କରି ଜଣାଇଦିଏ । ଏହା ଦ୍ୱାରା ବ୍ୟକ୍ତି କୌଣସି ସମସ୍ୟାଜନିତ ଭାବନାକୁ ସହଜରେ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରିବ । ନିଜର ଭାବାବେଗକୁ ଜାଣିବା ପରେ ବ୍ୟକ୍ତିର ବିଷାଦ, ଆବେଗ ଓ ଅନ୍ୟ ମାନସିକ ସମସ୍ୟାକୁ ସୁଧାରିବା ଲାଗି ସହଜ ହେବ ବୋଲି ଗବେଷକମାନେ କହିଛନ୍ତି । ଭାବନାର ସ୍ତର ଅନୁଯାୟୀ ବ୍ୟାଣ୍ଡ୍ ତା ରଙ୍ଗ ପରିବର୍ତ୍ତନ କରି କୌଣସି ମୋବାଇଲ କିମ୍ବା କମ୍ପ୍ୟୁଟରକୁ ପ୍ରେରଣ ନକରି ସିଧା ବ୍ୟକ୍ତିକୁ ଜଣାଇଦେଇପାରିବ । ଏହାକୁ ପିନ୍ଧି ଜଣେ କିଭଳି ମାନସିକ ସ୍ଥିତି ଦେଇ ଗତି କରୁଛି ତାହା ସହଜରେ ଜାଣିପାରିବେ ।


