ଏକଶହ ଦୃଷ୍ଟିବାଧିତଙ୍କୁ କମ୍ବଳ ଓ ଧଳାବାଡ଼ି ପ୍ରଦାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଦିବ୍ୟାଙ୍ଗ ମାନଙ୍କ ଥଇଥାନ ଏବଂ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିଚ୍ଛନ୍ଦ ଟ୍ରଷ୍ଟ ଅଫ୍ ୱେଲ୍‌ଫେୟାର ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୦ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭିନ୍ନକ୍ଷମ ଙ୍କ ଅଧିକାର ର ସୁରକ୍ଷା ଓ ସହାୟତା ପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସ କୁମାର ବେହେରା, ଶାନ୍ତିଧାମ ଫାଉଣ୍ଡେସନ୍‌ର ସମ୍ପାଦକ ସୌଭାଗ୍ୟ ରାଉତରାୟ, ପୂର୍ବତଟ ରେଳପଥର କଫ୍ ଗୁଡ୍‌ସ୍ ସୁପରିଟେଣ୍ଡେଣ୍ଟ ଲୋକନାଥ ଉପାଧ୍ୟାୟ (ଅବସରପ୍ରାପ୍ତ) ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକାଶ କୁମାର ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ଏକଶହ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ କମ୍ବଳ, ଧଳାବାଡ଼ି ଜେଏସ୍‌ପିଏଲ୍ ସହଯୋଗରେ ଉପସ୍ଥିତ ଅତିଥିମାନେ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ