ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ

ନୂଆଦିଲ୍ଲୀ: ଗୋଲ୍ ହେବା ପରେ ଜର୍ସି ଖୋଲି କିଂବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆର୍ଜେଣ୍ଟିନାର ଅନ୍ୟତମ ମହାନ ଖେଳାଳି ଲିଓନେଲ୍ ମେସିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିଲାଗି କେବଳ ମେସି ନୁହନ୍ତି, ତାଙ୍କ ଦଳ ଏଫ୍‌ସି ବାର୍ସେଲୋନା ମଧ୍ୟ ଦଣ୍ଡିତ ହୋଇଛି। ଉଭୟଙ୍କୁ ମିଳିତ ଭାବେ ୭୮୦ ୟୁରୋ ବା ପାଖାପାଖି ୭୦,୦୦୦ଟଙ୍କା ଜରିମାନା କରାଯାଇଛି। ସେଥିମଧ୍ୟରୁ ମେସିଙ୍କୁ ୫୪,୦୦୦ ଏବଂ ବାର୍ସେଲୋନାକୁ ୧୬,୦୦୦ ଟଙ୍କା ଜରିମାନା ହୋଇଛି। ବୁଧବାରର ଓସାସୁନା ଦଳ ବିପକ୍ଷ ମ୍ୟାଚ୍‌ରେ ମେସି ଦୁଇଟି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ତାଙ୍କ ଦଳ ଗୋଲ୍ କରିବା ପରେ ସେ ହଠାତ୍ ବାର୍ସେ‌ଲୋନା ଜର୍ସି ଖୋଲି ଦେଇଥିଲେ ଏବଂ ତା’ ତଳେ ମାରାଡୋନା ଏକଦା ପିନ୍ଧୁଥିବା ଜର୍ସି ଥିଲା। ମାରାଡୋନାଙ୍କ ସେହି ପୁରୁଣା ଜର୍ସିରେ ହିଁ ସେ ଉତ୍ସବ ପାଳନ କରିଥିଲେ। ଏହାକରି ମେସି ନିଜ ପ୍ରିୟ ତଥା ପ୍ରେରଣାାଦୟୀ ତାରକାଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାରାବିଶ୍ବର ଫୁଟବଲ୍ ପ୍ରେମୀ ତାଙ୍କର ଏହି ଶ୍ରଦ୍ଧାଞ୍ଜଳିକୁ ଖୁବ୍ ପ୍ରଶଂସା କରିଥିଲେ। ମେସିଙ୍କ ଏହି କାର୍ଯ୍ୟକୁ ସ୍ପେନିସ୍ ଫୁଟବଲ୍ ମହାସଂଘ ବି ପ୍ରଶଂସା କରିଥିଲା। ହେଲେ ପଡ଼ିଆ ଭିତରେ ଉତ୍ସବ ପାଳନ କରୁଥିଲା ବେଳେ ଜର୍ସି ଖୋଲିବା ନିୟମ ବି‌ରୋଧ ହୋଇଥିବାରୁ ତାଙ୍କୁ ଦଣ୍ଡିତ କରିବାକୁ ବାଧ୍ୟ ହୋଇଥିବା କହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ