ଏକ ଘଣ୍ଟା ପର୍ଯ୍ୟନ୍ତ ତରଳିବ ନାହିଁ ଆଇସ୍କ୍ରିମ୍

ଗରମ ଦାଉରୁ ରକ୍ଷା ପାଇବାକୁ ଯଦି ହାତରେ ଗୋଟିଏ ଆଇସ୍କ୍ରିମ୍ ଧରାଇ ଦିଆଯାଏ, ତେବେ ମନକୁ ଟିକିଏ ଶାନ୍ତି ମିଳିଯାଏ । କିନ୍ତୁ ଚିନ୍ତା କେବଳ ଏତିକି ଥାଏ, ଆଇସ୍କ୍ରିମ୍ ଖୁବ୍ ଶୀଘ୍ର ତରଳିଯିବ । ବେଶି ସମୟ ଏହାର ମଜା ଉଠାଇବା ଅସମ୍ଭବ ହୋଇପଡ଼େ । ଏହାକୁ ନେଇ ଆଇସ୍କ୍ରିମ୍ ପ୍ରେମୀଙ୍କ ମନ ଊଣା ହୋଇଯାଏ । ଏହି ସମସ୍ୟାର ସମାଧାନ କରିବାକୁ ଲଣ୍ଡନ୍ର ଫୁଡ୍ ଷ୍ଟୁଡିଓ ଏଭଳି ଆଇସ୍କ୍ରିମ୍ ତିଆରି କରିଛି, ଯାହା ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ତରଳିବାର ନାଁ ନେବନାହିଁ । ଏହି ଖାସ୍ କିସମର ଆଇସ୍କ୍ରିମ୍ ତିଆରି ପାଇଁ କମ୍ପାନୀ କୌଣସି ପ୍ରକାରେ ଆଧୁନିକ କୌଶଳର ଉପଯୋଗ କରିନାହିଁ । ଏଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କୌଶଳ ଆପଣାଯାଇଛି । ସେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମି ରହୁଥିବା ବରଫ ଏବଂ ଫ୍ରୋଜେନ୍ ଫୁଡ୍ରୁ ଏହି ଉପାୟ ବାହାର କରିଛି କମ୍ପାନୀ । ଏହି କୌଶଳ ଅନୁସାରେ ଲୋକେ ଆଇସ୍କ୍ରିମ୍ର ସ୍ୱାଦ ଘଣ୍ଟାଏ ପର୍ଯ୍ୟନ୍ତ ଉଠାଇପାରିବେ । ଏହି କୌଶଳରେ ପ୍ରସ୍ତୁତ ଆଇସ୍କ୍ରିମ୍କୁ ଦୁନିଆର ପ୍ରଥମ ନନ୍ ମେଲ୍ଟିଂ ଆଇସ୍କ୍ରିମ୍ ନାମରେ ନାମିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ