ଗୋଟିଏ ପଥର ବଦଳାଇଦେଲା ଜୀବନ

ଫିଲିପାଇନ୍ସର ଜଣେ ମତ୍ସ୍ୟଜୀବୀଙ୍କ ଜୀବନ ରାତାରାତି ବଦଳିଯାଇଛି । ଗୋଟିଏ ଝଟ୍କାରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ କୋଟିପତି କରିବାରେ ତାଙ୍କୁ ଏକ ପଥର ସାହାଯ୍ୟ କରିଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ପ୍ରଥମେ ୩୪ କିଲୋର ଏହି ପଥରକୁ ସାଧାରଣ ଭାବୁଥିବା ମତ୍ସ୍ୟଜୀବୀ ପର ମୁହୂର୍ତ୍ତରେ ଜାଣିବାକୁ ପାଇଥିଲେ, ତାହା ଏକ ବିଶାଳ ମୋତି । ଯାହାର ମୂଲ୍ୟ ପ୍ରାୟ ୬୭୦ କୋଟି ଟଙ୍କା । ପ୍ରକୃତରେ ଫିଲିପାଇନ୍ସର ପଲାୱନ ଆଇଲାଣ୍ଡରେ ରହୁଥିବା ଏହି ମାଛଧରାଳି ୨୦୦୬ରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ହଠାତ୍ ଝଡ଼ତୋଫାନ ଆସିବାରୁ ଜୀବନ ବଞ୍ଚାଇବାକୁ ପଥରଟିକୁ ଜାବୁଡ଼ି ଧରିଥିଲେ । ତୋଫାନ ଶାନ୍ତ ପଡ଼ିବା ପରେ ଜୀବନ ବଞ୍ଚାଇଥିବା ପଥରକୁ ଲକିଚାର୍ମ ଭାବି ଘରକୁ ନେଇଆସିଲେ । ତାକୁ ଖଟ ତଳେ ଆଜକୁ ୧୨ବର୍ଷ ହେବ ରଖିଥିଲେ । ଜଣେ ପର୍ଯ୍ୟଟକଙ୍କ ନଜର ପଥର ଉପରେ ପଡ଼ିଲା । ସେ ମତ୍ସ୍ୟଜୀବୀଙ୍କୁ ଏହା ଏକ ଅମୂଲ୍ୟ ମୋତି ବୋଲି ଜଣାଇଥିଲେ । ଏବେ ମତ୍ସ୍ୟଜୀବୀ ପଥରକୁ ବିକି କୋଟିପତି ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ