ଏକ ନମ୍ବର ୱାର୍ଡର ଅଙ୍ଗନୱାଡି କେନ୍ଦ୍ର-୧ ଉଦଘାଟନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଏକ ନମ୍ବର ୱାର୍ଡ ଅନ୍ତର୍ଗତ କାଞ୍ଜିଆପଲ୍ଲୀ ର ଅଙ୍ଗନୱାଡି କେନ୍ଦ୍ର-୧ ର ନୂତନ ଗୃହ ଅକ୍ଟୋବର ୨୮ ତାରିଖ ଦିନ ଉଦଘାଟନ ହୋଇଯାଇଛି । ବୁଗୁଡା ଏନଏସିର କାଞ୍ଜିଆପଲ୍ଲୀ ରେ ନୂତନ ଭାବେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର-୧, ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କ କରକମଳରେ ଉଦଘାଟିତ ହୋଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମରେ ବୁଗୁଡା ଏନଏସିର ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ, ଉପନଗରପାଳ ଚିତ୍ରସେନ ପ୍ରଧାନ, ଡିଲେଶ୍ବର ପାତ୍ର, ଅଧିବକ୍ତା ରବୀନ୍ଦ୍ର କୁମାର ପଣ୍ଡା, କେ.ତ୍ରିଲୋଚନ ଦୋରା, ରାଘବ ରେଡି, ପ୍ରମୋଦ ପଟ୍ଟନାୟକ, ଗନ୍ଧର୍ବ ସେଠୀ ପ୍ରମୁଖଙ୍କ ସମେତ କାଞ୍ଜିଆପଲ୍ଲୀ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ