ଏଟିଏମରୁ ଟଙ୍କା ଲୁଟ୍ ଉଦ୍ୟମ, ସେନା କର୍ମଚାରୀ ଗିରଫ

ବ୍ରହ୍ମପୁର (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ନିକଟସ୍ଥ ପୋଷ୍ଟ ଅଫିସ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ ଏଟିଏମରୁ ଟଙ୍କା ଲୁଟ୍ ଉଦ୍ୟମ କରିବା ମାମଲାରେ ପୋଲିସ ଜଣେ ସେନା କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ସେନା କର୍ମଚାରୀଙ୍କ ନାମ ଶଙ୍କର ନାୟକ, ସେ ପୁନେ ସ୍ଥିତ ସେନା ବିଭାଗରେ କାର୍ଯ୍ୟରତ ଅଛନ୍ତି । ଗତ ୧୬ ତାରିଖ ରାତିରେ ପୋଷ୍ଟ ଅଫିସ ଛକ ଠାରେ ଥିବା ଏଟିଏମ କାଉଂଟରରେ ପଶି ଲୁହାରଡ଼ରେ ଏଟିଏମର କ୍ୟାସ ଚ୍ୟାମ୍ବର ତାଡ଼ି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ୧୬ ତାରିଖ ସକାଳେ ଏଟିଏମ ମେସିନ ଭଙ୍ଗାଯାଇଥିବା ଦେଖି ବ୍ୟାଙ୍କ ତରଫରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ଦାୟର୍ ହୋଇଥିଲା । ପୋଲିସ କେସ୍ ନଂ ୧୧୬/୨୧ରେ ଏକ ମାମଲା ରୁଜ୍ଜୁ କରି ଏଟିଏଢ଼ କାଉଂଟରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ୍ କରି ତଦନ୍ତ ଆରମ୍ଭ କରିଥିଲା । ସେନା କର୍ମଚାରୀଙ୍କ ଶଙ୍କର ଏଟିଏମ କ୍ୟାସ ଚ୍ୟାମ୍ବରକୁ ଲୁହାରଡ଼ ସାହାଯ୍ୟରେ ତାଡ଼ୂ ଥିବାର ଦୃଶ୍ୟ ସିସିଟିଭି ଫୁଟେଜରୁ ମିଳିଥିଲା । ପୋଲିସ ତଦନ୍ତ ପରେ ଶେଷରେ ଗୋପାଳପୁର ବଡ଼ସାହି ସ୍ଥିତ ଶଙ୍କରକୁ ତାଙ୍କ ଘରୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ