ଏଣିକି ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ଜରିମାନା
ଭୁବନେଶ୍ୱର : ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି ଉପରେ ଆଲୋଚନା କରାଯାଇଛି। ଏଥିସହ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏପ୍ରିଲ ୧ରୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ମୁକ୍ତ କରାଯିବ। ଭୋଗମଣ୍ଡପରୁ ଧାର୍ୟ୍ୟ ସମୟ ଆଗରୁ ଅବଢ଼ା ବାହାରିବା ନେଇ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ଭିତରକୁ କେହି ପାନ ଖାଇ ଯିବେ ନାହିଁ। ଯଦି କେହି ପାନ ଖାଇ ଯାଆନ୍ତି ତେବେ ସେମାନଙ୍କଠାରୁ ୫୦୦ ଟଙ୍କା ଲେଖାଏ ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂହ, ଏସ୍ପିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।


