ଏନକାଉଣ୍ଟରରେ ଦ୍ଦୁର୍ଦ୍ଦାନ୍ତ ଅପରାଧୀ ଶୁସାନ୍ତ ବେହେରା ଆହାତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : କିଛି ଦିନର ନିରବତା ପରେ ପୁଣି ଗର୍ଜି ଉଠିଛି ଗଞ୍ଜାମ ପୋଲିସର ବନ୍ଧୁକ । ଆଉ ଏଥରକ ଏନକାଉଣ୍ଟରର ଶିକାର ହୋଇଛନ୍ତି ଦ୍ଦୁର୍ଦ୍ଦାନ୍ତ ଅପରାଧୀ ଶୁସାନ୍ତ ବେହେରା । ଶନିବାର ଭୋର ୪ଟା ୨୦ ମିନିଟରେ ଜୟଶ୍ରୀ କେମିକାଲ୍ସ ରୋଡରେ ସୁଶାନ୍ତ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁଶାନ୍ତ ବେହେରା। ତା ବାମ ଆଣ୍ଠୁରେ ବାଜିଛି ଗୁଳି। ଆହତ ଅବସ୍ଥାରେ ତାକୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ଓ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଦୁଇ ଜଣ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି । ସୁଚନାନୁସାରେ, ସୁଶାନ୍ତର ଘର ଗୋଷାଣୀ ନୂଆଗାଁର ରାଜୀବ ନଗରରେ। ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପାଇଁ ବିଭିନ୍ନ ମାମଲାରେ ସଂପୃକ୍ତ ଥିଲା । ଘଟଣାସ୍ଥଳରୁ ଗୋଟିଏ ମାଉଜର୍‌, ଦୁଇଟି ଗୁଳି, ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଜବତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ