କାନ୍ଦିଲେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍ ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର ସୋନି ଟିଭିର ସିଙ୍ଗିଙ୍ଗ୍ ରିୟାଲିଟି ଶୋ’ “ସୁପରଷ୍ଟାର ସିଙ୍ଗର୍ ‘ରେ ଯୋଗଦେଇ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଧର୍ମେନ୍ଦ୍ର କାନ୍ଦୁଥିବାର ଏକ ଭିଡିଓ ସୋନି ଟିଭିର ଅଫିସିଆଲ୍ ସାଇଟ୍ରେ ଶେୟାର୍ କରାଯାଇଛି । ଏହି ଶୋ’ରେ ଧର୍ମେନ୍ଦ୍ର ପୁଅ ସନି ଦେଓଲ୍ ଓ ନାତି କରନ୍ ଦେଓଲଙ୍କ ସହିତ ଯୋଗ ଦେଇଥିଲେ । କରନ “ପଲ୍ ପଲ୍ ଦିଲ୍ କେ ପାସ୍ ‘ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଛନ୍ତି । ତେଣୁ ଧର୍ମେନ୍ଦ୍ର ଓ ସନି ଫିଲ୍ମର ପ୍ରମୋସନ କରିବା ପାଇଁ “ସୁପରଷ୍ଟାର ସିଙ୍ଗର ‘ରେ ପହଞ୍ଚିଥିଲେ । ଶୋ’ର ଏହି ଏପିସୋଡଟି ଆଗାମୀ ସପ୍ତାହରେ ଟେଲିକାଷ୍ଟ ହେବ । କିନ୍ତୁ ଏହା ପୂର୍ବରୁ ଇନ୍ଷ୍ଟାଗ୍ରାମରେ ଏହାର ପ୍ରୋମୋକୁ ଶେୟାର କରାଯାଇଛି । ଏହି ପ୍ରୋମୋ ଭିଡିଓରେ ଧର୍ମେନ୍ଦ୍ରଙ୍କ ଗାଁ, ପିଲାଦିନ, ସ୍କୁଲ ଓ ସାଙ୍ଗସାଥୀଙ୍କ କଥାକୁ ଦେଖାଯାଇଛି । ଯାହାକୁ ଦେଖି ଧର୍ମେନ୍ଦ୍ର ତାଙ୍କ ଆଖିର ଲୁହକୁ ରୋକି ପାରିନାହାନ୍ତି ଏବଂ ପିଲାଙ୍କ ପରି କାନ୍ଦିବା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ରଙ୍କ ଗାଁ ହେଉଛି ସାହନେବଲ, ଯାହା ଲୁଧିଆନାଠାରୁ ୧୦ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଗାଁ ସହରରେ ପରିଣତ ହୋଇଛି । ଏହି ଭିଡିଓରେ ଧର୍ମେନ୍ଦ୍ରଙ୍କ ପିଲାଦିନର ଫଟୋକୁ ଦେଖାଯାଇଛି । ଯେଉଁଥିରେ ସେ ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି । ପ୍ରୋମୋ ଭିଡିଓରେ ରେଳଧାରଣା ପାଖରେ ଥିବା ଏକ ପୋଲ ବିଷୟରେ କୁହାଯାଇଛି । ଯାହା ଉପରେ ବସି ଧର୍ମେନ୍ଦ୍ର ମୁମ୍ବାଇ ଆସି ହିରୋ ହେବା ପାଇଁ ସ୍ୱପ୍ନ ଦେଖୁଥିଲେ । ଭିଡିଓକୁ ଦେଖିସାରିବା ପରେ ନିଜ ସଂଘର୍ଷ ଦିନକୁ ମନେପକାଇ ଧର୍ମେନ୍ଦ୍ର ଭାବବିହ୍ୱଳ ହୋଇପଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ