ଏନ୍ଡିଡିବିର ମହୁ ପରୀକ୍ଷଣ ଲ୍ୟାବୋରେଟୋରୀ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମବାୟ ସମିତି ଗୁଡିକରେ ମହୁମାଛି ପାଳନ ଯୋଜନାକୁ ସଫଳ କରାଇବା ପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନଡିଡିବି ପକ୍ଷରୁ ଯୋଜନା ଜାରି ରହିଛି । ଏହା ଅନ୍ତର୍ଗତ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗୁଜରାଟର ଆନନ୍ଦଠାରେ ହାଇ-ଟେକ୍ ମହୁ ପରୀକ୍ଷଣ ଲ୍ୟାବୋରେଟୋରୀର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଦୁଗ୍ଧ ମନ୍ତ୍ରୀ ଗିରିରାଜ ସିଂ, କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପୁରୁଷୋତମ ରୁପାଲା,କେନ୍ଦ୍ରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଦୁଗ୍ଧ ରାଷ୍ଟ୍ରମନ୍ତ୍ରୀ ଡ. ସଞ୍ଜିବ କୁମାର ବାଲୟାନ୍, କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ, ଲୋକସଭା ସାଂସଦ ମିତେଶଭାଇ ପଟେଲ, ଭାରତ ସରକାରଙ୍କ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ସଚିବ ସଞ୍ଜୟ ଅଗ୍ରୱାଲ, ଏନଡିଡିବି ଅଧ୍ୟକ୍ଷ ଦିଲ୍ଲୀପ ରଥ, ଏନଡିଡିବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିନେଶ ଶାହା ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନଡିଡିବି) ପକ୍ଷରୁ ଦୁଗ୍ଧ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ପ୍ରୟାସ କରାଯାଉଛି । ଏହି ମହୁ ପରୀକ୍ଷଣ ଲ୍ୟାବୋରେଟୋରୀରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ୨୦୨୦ ଜୁଲାଇ ୧ରେ ଜାରି କରାଯାଇଥିବା ଗୁଣବତାମାନକର ଯାଂଚ୍ କରାଯିବ । ଏହା ଦେଶର ପ୍ରଥମ ସ୍ୱୀକୃତି ପ୍ରାପ୍ତ୍ୱହୁ ପରୀକ୍ଷଣ ଲ୍ୟାବୋରେଟୋରୀ । ମହୁର ବିଆଇଏସ୍, ଏଗ୍ମାର୍କ, କୋଡେକ୍ସ୍ ଷ୍ଟାଣ୍ଡାର୍ଡ ଏବଂ ଏକ୍ସପୋର୍ଟ ଇନସ୍ପେକଶନ୍ କାଉନସିଲ୍ ଦ୍ୱାରା ଜାରି ହୋଇଥିବା ରେସିଡ୍ୟୁ ମନିଟରିଂ ପ୍ଲାନ୍ ଅର୍ନ୍ତଗତ ଗୁଣବତା ପରୀକ୍ଷା କରାଯିବ । ସେହିପରି ମହୁରେ ଥିବା ପେଷ୍ଟିସାଇଡ୍, ଆଂଟିବାୟୋଟିକ୍ସ୍, ହେଭି ମେଟାଲ ପରୀକ୍ଷା ସହିତ ୱେଟ୍ କେମିକାଲ ଟେଷ୍ଟିଂ କରାଯିବ । ଏହି ଅବସରରେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଲେ, ଏନଡିଡିବି ପକ୍ଷରୁ ବିଶ୍ୱସ୍ତରୀୟ ମହୁ ପରୀକ୍ଷଣ ସୁବିଧା ଆନନ୍ଦରେ ଉପଲବ୍ଧ କରାଯାଇଥିବା ଏକ ଖୁସିର ବିଷୟ । ଆମେ ମହୁମାଛି ପାଳନ ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା କୃଷକଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । ମହୁ ଉତ୍ପାଦନରୁ ହେଉଥିବା ଆୟ ଦ୍ୱାରା ଜାତୀୟ ଜିଡିପି ମଧ୍ୟ ଅଭିବୃଦ୍ଧି ହୋଇପାରିବ । ଭାରତ ସରକାର କୃଷକଙ୍କର ଆୟ ଦୁଇଗୁଣା କରିବାର ଲକ୍ଷ୍ୟ ରଖିଛନ୍ତି । ଆତ୍ମନିର୍ଭର ଭାରତ ଅନ୍ତର୍ଗତ ସରକାର ମହୁମାଛି ପାଳନ ପାଇଁ ୫୦୦କୋଟି ଟଙ୍କାର ପାଣ୍ଠି ଭିତିଭୂମି ବିକାଶ ଲାଗି ରଖିଛନ୍ତି । ଏହାଦ୍ୱାରା ମହିଳାଙ୍କ ବିକାଶ ସମ୍ଭବ ହୋଇ ପାରିବ । କେନ୍ଦ୍ରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଦୁଗ୍ଧ ମନ୍ତ୍ରୀ ଗିରିରାଜ ସିଂ କହିଲେ, ମହୁମାଛି ପାଳନ ଦ୍ୱାରା ଦେଶର ଗ୍ରାମାଚଂଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ କୃଷକଙ୍କ ଆୟ ବୃଦ୍ଧି ହୋଇପାରିବ । ଏହାଦ୍ୱାରା କୃଷି ଏବଂ ଉଦ୍ୟାନକୃଷି ଫସଲର ବିକାଶ ସମ୍ଭବ ହୋଇପାରିବ । ପରିବେଶ ତଥା ବୃକ୍ଷ ପାଇଁ ମହୁମାଛି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଲ୍ୟାବୋରେଟୋରୀ ମହୁର ଗୁଣବତା ଯାଂଚ୍ କରିବାକୁ ସକ୍ଷମ ହେବ । ଯାହାଦ୍ୱାରା ଗୁଣବତାଯୁକ୍ତ ମହୁ ଘରୋଇ ଆବଶ୍ୟକତା ପୂରଣ କରିବା ସହିତ ବିଦେଶକୁ ରପ୍ତାନୀ ମଧ୍ୟ କରାଯାଇ ପାରିବ । ଏନଡିଡିବି ଅଧ୍ୟକ୍ଷ ଦିଲ୍ଲୀପ ରଥ କହିଲେ, ଦୁଗ୍ଧ ସମବାୟ ସମିତିଗୁଡିକ ଦ୍ୱାରା ବୈଜ୍ଞାନିକ ଜ୍ଞାନକୌଶଳ ଆଧାରରେ ମହୁମାଛି ପାଳନ କରାଯିବ । ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କ ଆର୍ଥିର୍କ ସମ୍ଭବ ହୋଇପାରିବ । ଏହି ଲ୍ୟାବୋରେଟୋରୀ କୃଷି ମନ୍ତ୍ରଣାଳୟର ସହାୟତାରେ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ୱେତ ବିପ୍ଲବ ସହିତ ଦେଶରେ ମହୁ ଉତ୍ପାଦନ ବୃଦ୍ଧି ତଥା ମହୁ ଶିଳ୍ପର ବିକାଶ ପାଇଁ ମଧୁର ବିପ୍ଲବ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ୱାରା ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । ଦୁଗ୍ଧ ସମବାୟ ସମିତି ଗୁଡ଼ିକ ଦ୍ୱାରା ମହୁ ଉତ୍ପାଦନ ସମ୍ଭବ ହୋଇପାରିବ । ଗୁଜରାଟର ବାନସକଣ୍ଠା ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବିହାରର ମୁଜାଫରପୁର ଦୁଗ୍ଧ ସମିତି ଦ୍ୱାରା ଯଥାକ୍ରମେ ବାନସ, ସୁଧା ଏବଂ ସୁନ୍ଦାରିନି ବ୍ରାଣ୍ଡ୍ର ମହୁ ଉତ୍ପାଦନ କରାଯାଇ ବିକ୍ରି କରାଯାଉଛି । ଆତ୍ମ ନିର୍ଭର ଭାରତ ନିର୍ମାଣ ଲାଗି ଜାତୀୟ ମହୁମାଛି ପାଳନ ଏବଂ ମହୁ ମିଶନ ସ୍ଥାପିତ କରାଯାଇଛି ।


