ମୋହନା ସଟଡାଉନ ଦୁତୀୟ ଦିନରେ ରାସ୍ତା ଘାଟ ଖାଁ ଖାଁ

ମୋହନା, (ଅଂଶୁମାନ ପଣ୍ଡା ) : ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନାକୁ ୪ ଦିନ ସଟଡାଉନ ଘୋଷଣା କରାଯାଇଛି, ପ୍ରଥମ ଦିନରେ ଜନସାଧାରଣ କିଛି ମାତ୍ରାରେ ଏହାକୁ ମାନି ନଥିଲେ, ପରବ୍ରତି ସମୟରେ ଅଂଚଳର ଜନସାଧାରଣଙ୍କୁ ପ୍ରଶାସନତରଫରୁ ବହୁ ବୁଝାସୁଝା କରାଯାଇଥିଲା, ଅମାନିଆମାନେ ନ ମାନିବ ଫଳରେ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଥିଲା, ଏହି ସମୟରେ ସ୍ଥାନୀୟ ତହସିଲଦାର ସାଧାରଣ ଜନତାଙ୍କୁ ବୁଝାଇବାକୁ ଚେଷ୍ଟା କରି ଶେଷରେ କାନ୍ଦି ପକାଇଥିଲେ, ଶେଷରେ ପ୍ରଶାସନର କଥାକୁ ଅଞ୍ଚଳବାସୀ ବୁଝି ପାରିବା ସହ ରାସ୍ତା ଉପରକୁଆଁ ନ ଆସି ଘରେ ରହିବା ସହ ପ୍ରଶାସନର ନିୟମକୁ ମାନିଥିବା ଦେଖିବାକୁ ମିଳିଥିଲା, ଫଳରେ ରାସ୍ତା ଘାଟ ଏକ ପ୍ରକାର ଶୂନସାନ ହେବ ସହ ଖା ଖା ଲାଗିଥିଲା, ଏହିସମୟରେ ପୁଲିସି ପ୍ରଶାସନ ତରଫରୁ ବେପକମାତ୍ର ପାଟ୍ରୋଲିଙ୍ଗି କରାଯାଇଥିବା ଦେଖିବାକୁ ମିଳିଥିଲା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ