ପିପୁଲସ କଲେଜରେ ଭାରତ @ ୨୦୪୭ କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପିପୁଲ୍ସ କଲେଜ ପରିସରରେ ବ୍ରହ୍ମପୁର ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଓ ବୁଗୁଡ଼ା ଶ୍ରୀକର ଭଞ୍ଜ ଯୁବ ସଂଘ ସହଯୋଗରେ “ଯୁବ ସମ୍ବାଦ – ଭାରତ @ ୨୦୪୭” କାର୍ଯ୍ୟକ୍ରମ ଅଗଷ୍ଟ ୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧକ୍ଷ ହରିକୃଷ୍ଣ ନାୟକ, ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ: ପ୍ରଦୀପ କୁମାର ଦାସ, ସମ୍ମାନୀୟ ଅତିଥି ଭାବେ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଇଂରାଜୀ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଓ ରାଜନୀତି ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଯୋଗ ଦେଇ ଆଗାମୀ ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱଗୁରୁ ରୂପେ ପ୍ରତିଷ୍ଠା କରିବା ପାଇଁ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିଥିଲେ। ଶ୍ରୀକର ଭଞ୍ଜ ଯୁବ ସଂଘର ମୁଖ୍ୟ ଶ୍ରୀକାନ୍ତ ସାହୁ ଯୁବପିଢ଼ିଙ୍କୁ “ଯୁବ ସମ୍ବାଦ, ଭାରତ@୨୦୪୭” ପଞ୍ଚ-ପ୍ରାଣ ଶପଥ ପାଠ କରାଇଥିଲେ। ଇତିହାସ ବିଭାଗ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇଙ୍କ ତତ୍ତ୍ୱାବଧାନରେ ଯୁବପିଢି ମଧ୍ୟରେ ଭାଷଣ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ପୂଜାରାଣୀ ଦାସ – ପ୍ରଥମ, ସୁନିଲ କୁମାର ରାଉତ – ଦ୍ଵିତୀୟ ଓ ଅମର ନାୟକ – ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସଂଘର ଏନ.ୱାଇ.ଭି. ଶ୍ରୀକାନ୍ତ ସାହୁ ଓ ସତ୍ୟ ପ୍ରକାଶ ନାୟକ, ଚନ୍ଦନ, ଆଶୁ , ବିକ୍ରମ, ସୁଧାକର, କୈଳାଶ, ଅନିରୁଦ୍ଧ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ