ଏମପି ଲାଡ ଭିତ୍ତିଭୂମି ଉପଯୋଗ ହେଉ: ବୈଜୟନ୍ତ
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ନେଇ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । ତେବେ ସେମାନେ ଆସିବା ପରେ କ୍ୱାରେଣ୍ଟାଇନ ସମସ୍ୟା ସୃଷ୍ଟି ହୋଇପାରେ । ଏହାରି ଭିତରେ କେନ୍ଦ୍ରାପଡ଼ାରେ ଏମପି ଲାଡରେ ନିର୍ମିତ ଭିତ୍ତିଭୂମି ଉପଯୋଗ ପାଇଁ ବିଜେପି ନେତା ବୈଜୟନ୍ତ ପଣ୍ଡା ଅପିଲ କରିଛନ୍ତି । ଟ୍ୱିଟ ଜରିଆରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ଅପିଲ କରିଛନ୍ତି । ବୈଜୟନ୍ତ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ରାଜ୍ୟ ବାହାରେ ଥିବା ଅନେକ ଲୋକ ଓଡ଼ିଶା ଫେରିବେ । ପ୍ରବାସ ଫେରନ୍ତାଙ୍କ ଲାଗି ତୁରନ୍ତ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଇବା ଜରୁରୀ । କେନ୍ଦ୍ରାପଡ଼ାରେ ଏମପି ଲାଡ ଫଣ୍ଡରେ ଅନେକ ଭିତ୍ତିଭୂମି ନିର୍ମିତ ହୋଇଛି । ବିରାଟ ଅଡିଟୋରିୟମ, ସଂଖ୍ୟାଧିକ ବହୁମୁଖୀ କୋଠା ନିର୍ମିତ ହୋଇଛି । ସଂସଦୀୟ କ୍ଷେତ୍ରରେ ୨୪ଟି ମିନି ଷ୍ଟାଡିୟମ ମଧ୍ୟ ନିର୍ମିତ ହୋଇଛି । ସେସବୁକୁ କ୍ୱାରେଣ୍ଟାଇନ ସେଣ୍ଟରଭାବେ ବ୍ୟବହାର କରାଯାଇପାରିବ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।


