ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ବଢିବ
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ତେବେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତାହା ହେଲା ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯିବ । ମାଟ୍ରିକ ଖାତା ମୂଲ୍ୟାୟନ ସମ୍ପର୍କରେ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ, ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ କରାଯିବ । ସାମାଜିକ ଦୂରତ୍ୱ ପାଇଁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ବଢାଯିବ । ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବଢାଯିବ । ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତା ଦେଖିବା ଲାଗି ଡକାଯିବ । ଖାତା ଦେଖା ଆରମ୍ଭର ୪୫ ଦିନ ଭିତରେ ରେଜଲ୍ଟ ବହାରିବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।


