ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ଗୁଣପୁର,(ୱାଇଏନଏସ): ଚନ୍ଦ୍ରପୁରରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ରାୟଗଡ଼ା ଜିଲ୍ଲା ନବ ନିଯୁକ୍ତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ଶବରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲ।ଏହି ଅଵସର ରେ ଚନ୍ଦ୍ରପୁର ସ୍ଥିତ ମନ୍ଦିର ଛକଠାରୁ ଶୋଭାଯାତ୍ରା ଆରମ୍ଭ ହେଇ ଚନ୍ଦ୍ରଶେଖର ମନ୍ଦିରରେ ପହଞ୍ଚିଥିଲା।ଏଥିରେ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ କର୍ମୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଉଲକା,ବରିଷ୍ଠ ବିଜେପି ନେତା କାଳୀରାମ ମାଝି,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରତାପ ପୁଆଲା,ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୟାଇ ଗଣପତି,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଞ୍ଜିତା କୋରଡ଼ା,ସୁଶୀଳା ସରାଫ,ଜିଲ୍ଲା ଉପସଭାପତି ଗୌରୀ ମଣ୍ଡାଙ୍ଗି,ଚନ୍ଦ୍ରପୁର ମଣ୍ଡଲ ସଭାପତି ଫକୀର,ପୂର୍ବତନ ମଣ୍ଡଳ ସୋଭାପତି ବାପି ସାହୁକାର,ମଣ୍ଡଳ ପ୍ରଭାରୀ ରୁଦ୍ର ମୁଦୁଲି,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଚୀନା କୋଣ୍ଡାଗିରି ବରିଷ୍ଠ ବିଜେପି ନେତା ମନୋଜ ପାଣିଗ୍ରାହୀ,ରଞ୍ଜନ ରଥ, ନଚିକେତା ସାହୁଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ