ଏସ.ଏଚ.ଜି.ଗୋଷ୍ଠିର ମହିଳା ଠାରୁ ୪ କୋଟିର ଚିଟଫଣ୍ଡ ଠକେଇ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ମହାକାଳପଡା ଓ ତନ୍ତିଆପାଳ ଥାନା ଅଚଂଳର ସ୍ୱୟଂ ସହାୟିକା ଗୋଷ୍ଠିର ଶତାଧିକ ମହିଳା ପୁଣି ଚିଟଫଣ୍ଡ ଠକେଇର ଶୀକାର ହୋଇଥିବା ସହ ସେମାନଙ୍କ ଠାରୁ ୪କୋଟିରୁ ଉଦ୍ଧ୍ୱର୍ ଟଙ୍କା ସେହି ଚିଟଫଣ୍ଡ କମ୍ପନୀ ଠକି ନେଇଥିବା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଛି । ସେମାନଙ୍କ ଅଭିଯୋଗ ହେଉଛି ଯେ ଗତବର୍ଷ “ଭାରତ” ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥା କିଛି ମହିଳା ଗୋଷ୍ଠିଙ୍କୁ ଋଣ ପ୍ରଦାନ କରି ଆଦାୟ ମଧ୍ୟ କରିଥିଲା । ଚଳିତ ବର୍ଷ ଭାରତ ସମେତ ଏଲ.ଆଣ୍ଡ ଟି.,ସ୍ପନ୍ଦନା, ସମସ୍ତା, ଆରୋହଣ ପ୍ରଭୃତି ଅର୍ଥ ଲଗାଣକାରୀ ସଂସ୍ଥା ବହୁ ମହିଳା ଗୋଷ୍ଠିଙ୍କୁ ମାଇକ୍ରୋ ଫାଇନାନ୍ସ ଋଣ ଦେଇଥିଲେ । ଏହି ଋଣ ନିମନ୍ତେ ସଂପୃକ୍ତ କମ୍ପାନୀର ବିଜୟ କୁମାର ସ୍ୱାଇଁ ନାମକ ବ୍ୟକ୍ତି ଗୋଷ୍ଠି ିଗୁଡିକର ମହିଳାମାନଙ୍କୁ ଅଧିକ ଲାଭର ମିଥ୍ୟା ପ୍ରଲଭୋନ ଦେଖାଇ ଏକହଜାର ମହିଳାଙ୍କ ଠାରୁ ପ୍ରାୟ ୪କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକି ନେଇଥିବା ସେମାନେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏବେ ସେହିସବୁ କମ୍ପାନୀର ଏଜେଂଟ କହି ଆଉ କେତେକ ଲୋକ ଋଣର କିସ୍ତି ଟଙ୍କା ପଇଠ ପାଇଁ ମହିଳାମାନଙ୍କ ଉପରେ ଜୁଲମ ଚଳାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ଅଚଂଳର ଥାନା ଗୁଡିକରେ ଲିଖିତ ଅଭିଯୋଗ ପରେବି ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ମହିଳାମାନେ ଅପଦସ୍ତ,ଅପମାନିତ ଓ ନିର୍ଯ୍ୟାତନାର ଶୀକାର ହୋଇ ଶେଷରେ ଆତ୍ମହତ୍ୟାର ପନ୍ଥା ବାଛିନେବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଣୁ ଏହି ଘଟଣାର କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରାଯିବା,ସେପର୍ଯ୍ୟନ୍ତ କମ୍ପାନୀର ଋଣ ଆଦାୟ ବନ୍ଦ ରଖାଯିବା ଓ ଏହି ଠକେଇ ଘଟଣାର ମୁଖ୍ୟ ବିଜୟ କୁମାର ସ୍ୱାଇଁଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେମାନେ ଦାବିକରିବା ସହ ଯଦି ଏସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ମହିଳା ଗୋଷ୍ଠିର ଯଶୋଦା ଭୂୟାଁ,ଶସ୍ମିତା ପରିଡା,ସଚିପ୍ରଭା ରାଉତ,ଶୈଳବାଳା ବେହେରା,ମମତା ମଲ୍ଲିକ,ଗୀତାଞ୍ଜଳି ମଲ୍ଲିକ,ମିତା ବେହେରା,ଅମ୍ବିକା ରାଉତ ପ୍ରମୁଖ ଶତାଧିକ ମହିଳା ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ