ଏ.ତୋଟାପଲ୍ଲୀ ଗ୍ରାମ ଠାରେ ପୃଷ୍ଟି ମହୋତ୍ସବ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଂଚାୟତର ଏ. ତୋଟାପଲ୍ଲୀ ଗ୍ରାମ ଠାରେ ଗ୍ରାମର ସୁର୍ଯ୍ୟ ଆଂଚଳିକ ମଂଚ ପକ୍ଷରୁ ଏକ ପୃଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ ଟି ଏସଏଚଜିର ୧୬୦ ଜଣ ମା ମାନେ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପିଠା ଓ ତରକାରୀ ମାନ ପ୍ରସ୍ତୁତି କରିଥିଲେ । ଓଡିଶା ଜୀବିକା ମିସନ୍ ଓ ମିଶନ ଶକ୍ତିର ରାଜ୍ୟ ଡେପୁଟି ସେକ୍ରେଟାରୀ ଅମ୍ବିକା ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଡିଓ ସାରଦା ପ୍ରସନ୍ନ ନାୟକ, ମିଶନଶକ୍ତି ର ଡିପିସି ଶାଶ୍ୱତ କୁମାର ସାହୁ ଓ ଓଏଲଏମ ର ଡିପିଏମ ନବୀନ ସେନାପତି, ସରପଂଚ ରେବତୀ ପ୍ରଧାନ, ବିଏଲଆରପି କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଂଚାୟତରେ ଚାଲୁ ରହିବ ବୋଲି ସୂଚନା ମିଳିଛି । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ପରିଚାଳନା କରିଥିଲେ ।


