ଏ ସବୁ ଖାଦ୍ୟ ପାନୀୟ ଖାଲି ପେଟରେ ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ

କଥାରେ ଅଛି ଉତ୍ତମ ଖାଦ୍ୟ ପାନୀୟ ଓ ନିଦ୍ରା ଉତ୍ତମ ସ୍ୱାସ୍ଥ୍ୟ ମାପକାଠି । ତା’ ମାନେ ନୁହେଁ ଯେ ଯେତେବେଳେ ଯାହା ପାଇବା ଖାଇ ପକାଇବା ଓ ସେତେବେଳେ ଯେଉଁଠି ପାରିବା ଶୋଇପଡିବା । ସବୁ କାମ ପାଇଁ କିଛି ନିଦ୍ଦିଷ୍ଟ ନିୟମ ରହିଛି । ଯାହାକୁ ନ ମାନି ଚଳିଲେ ଆମେ ଅସୁବିଧାରେ ସମ୍ମୁଖୀନ ହେବା । ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହାକୁ ଖାଲି ପେଟରେ ଖାଇବା ସ୍ୱାସ୍ଥ୍ୟ ପଡେ କ୍ଷତିକାରକ । ସେ ସମ୍ପର୍କରେ ନିମ୍ନରେ ବାଖ୍ୟା କରାଯାଇଛି । କଦଳୀ: ଖାଲି ପେଟରେ କଦଳୀ ସେବନ ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମ ଭାଗ ବୃଦ୍ଧି ହୋଇଥାଏ । ଯାହାକି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କାକୁଡି: ଖାଲି ପେଟରେ କାକୁଡି ଖାଇବା ଦ୍ୱାରା ଛାତି ପୋଡା ଓ ତଳି ପେଟ ଯନ୍ତ୍ରଣା ଆଦି ରୋଗ ହୋଇଥାଏ । କମଳା: ଖାଲି ପେଟରେ କମଳା ସେବନ କରିବା ଦ୍ୱାରା ଛାତି ପୋଡା ସହିତ ଗ୍ୟାସଷ୍ଟ୍ରିକ ମଧ୍ୟ ହୋଇଥାଏ ।ଟମାଟର୍: ଖାଲି ପେଟରେ ଟମାଟର ଖାଇବା ପାଇଁ ମଧ୍ୟ ଡାକ୍ତରମାନେ ମନା କରିଛନ୍ତି । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟରେ ଏସିଡିଟି ହୋଇଥାଏ । କାର୍ବୋନେଟ ଡ୍ରିଙ୍କସ୍କ୍ଷୀର: ଏହି ୨ ପ୍ରକାର ପାନୀୟକୁ ମଧ୍ୟ ଖାଲି ପେଟରେ ପିଇବା ଅନୁଚିତ । ଏସବୁକୁ ଖାଲି ପେଟରେ ପିଇବା ଦ୍ୱାରା ପାକସ୍ଥଳୀକୁ ରକ୍ତ ସଞ୍ଚାଳନ କମ୍ ହୋଇଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ