ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ଅଭିନନ୍ଦନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାବ ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇରେ ଗବେଷଣାରତ ଓଡ଼ିଆ ବେଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତି ହେଉଛନ୍ତି ଭାରତର ଏକମାତ୍ର ବୈଜ୍ଞାନିକ ଯିଏକି ଇଣ୍ଟର ନ୍ୟାସନାଲ ୟୁନିୟନ ଅଫ ପିଓର ଆଣ୍ଡ ଆପ୍ଲାଏଡ଼ କେମେଷ୍ଟ୍ରି ଦ୍ୱାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ସେ ହେଉଛନ୍ତି ବିଶ୍ୱର ୧୨ଜଣ ଶ୍ରେଷ୍ଠ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଭାରତରୁ ଏକମାତ୍ର ବୈଜ୍ଞାନିକ । ଗତବର୍ଷ ୟୁନାଇଟେଡ଼ କିଙ୍ଗଡ଼ମର ରୟାଲ ସୋସାଇଟି ଅଫ କେମେଷ୍ଟ୍ରି ମଧ୍ୟ ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ଏଫ୍‌.ଆର.ସି.ଏ ଫେଲୋସିପ ପୁରସ୍କାର, ସମ୍ମାନ ଓ ଉପାଧି ଦେଇଥିଲା । ଆଇ.ୟୁ.ପି.ଏ.ସି. ଏବଂ ଏଫ୍‌.ଆର.ସି.ଏ. ହେଉଛି ଦୁଇଟି ବିରଳ ଆନ୍ତର୍ଜାତିକ ପୁରସ୍କାର, ସମ୍ମାନ ଓ ଉପାଧି ।ବିଶ୍ୱର ଦୁଇଟି ଆନ୍ତର୍ଜାତୀୟ ଗବେଷଣା ଅନୁଷ୍ଠାନ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନ ଉପାଧି ଦେଇଥିବାରୁ ଜଗତସିଂହପୁର ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ, ଉତ୍ସାହ ଦେଖାଦେଇଛି । ଶ୍ରୀମତୀ ଜ୍ୟୋର୍ତିମୟୀ ମହାନ୍ତି ହେଉଛନ୍ତି ଜଗତସିିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ତିତିରା ଗ୍ରାମନିବାସୀ ବୈଜ୍ଞାନିକ ରଶ୍ମୀରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ ଏବଂ କଟକ ଚାଉଳିଆଗଞ୍ଜର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ବୈକୁଣ୍ଠ ନାଥ ପାତ୍ରଙ୍କ ଝିଅ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ