ଓଡ଼ିଆ ସମ୍ମାନ ପ୍ରକାଶିକା ଙ୍କ ବିୟୋଗ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ):ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ “ଓଡ଼ିଆ ର ସମ୍ମାନ “ର ପ୍ରକାଶିକା ତଥା ସମ୍ପାଦକ ଲିଙ୍ଗରାଜ ମହାନ୍ତି ଙ୍କ ଧର୍ମପତ୍ନୀ, ବରିଷ୍ଠ ଲେଖିକା, ସମାଜସେବୀକା ସଂଯୁକ୍ତା ମହାନ୍ତି ଙ୍କ ଏକ ଘରୋଇ ହସ୍ପିଟାଲ ରେ ୬୫ ବର୍ଷ ବୟସ ରେ ବିୟୋଗ ଘଟିଛି. ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ତଥା ବିଭିନ୍ନ ସାମାଜିକ ପ୍ରସଙ୍ଗ ଗୁଡିକ ଉପରେ ବିଭିନ୍ନ ଗଣମାଧ୍ୟମ ରେ ତାଙ୍କ ଆଲେଖ୍ୟ ବେଶ ଚର୍ଚ୍ଚିତ ହେଉ ଥିଲା.ଜଣେ ପରୋପକାରୀ, ମିଷ୍ଠ ଭାଷୀ ମହିଳା ଭାବେ ସେ ବେଶ ସୁପରିଚିତ ଥିଲେ.ଅନ୍ତିମ ସମୟରେ ବଡପୁଅ ତଥା ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତି, କନିଷ୍ଠ ପୁତ୍ର ସୌମ୍ୟ ମହାନ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ.


