ଓଡ଼ିଶା -ମୋ ପରିବାରର ପ୍ଲାଜମା ଦାନ ଅଭିଯାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା-ମୋ ପରିବାର ପକ୍ଷରୁ ପ୍ଲାଜା ଦାନ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭୂଵନେଶ୍ବର କେପିଟାଲ ହସ୍ପିଟାଲ ଏବଂ କଟକ ଅମିତ ମେଡିକାଲ କଲେଜକୁ ପ୍ଲାଜମା ଦାନ କରିବାକୁ ୮ ଜଣ ବ୍ୟକ୍ତି ଆସିଥିଲେ ।କଟକ ମେଡିକାଲରଜ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ବିଡ଼ିଓଙ୍କ ପ୍ରଣବ ବେହେରା ତାଙ୍କ ସହଧର୍ମିଣୀ ଶୁଭସ୍ମିତା ମହାନ୍ତି ପ୍ଲାଜମା ଦାନ କରିଥିଲେ ।ଶୁଭସ୍ମିତା ହେଉଛନ୍ତି ଭଦ୍ରକ ଜିଲ୍ଲାର ପ୍ରଥମ ମହିଳା ପ୍ଲାଜମା ଦାତା ବୋଲି ଭଦ୍ରକ ଜିଲ୍ଲାପାଳ ଟୁଇଟରରେ ସୂଚାଇଛନ୍ତି ।କଟକ ଏସିବିରେ ପ୍ଲାଜା ଦାନ ସମୟରେ ଓଡିଶା-ମୋ ପରିବାର ର ଆବାହକ ଅରୂପ ପଟ୍ଟନାୟକ, ପୂର୍ବତନ ବିଧାୟକ ଦେବାଶୀଶ ସାମନ୍ତରାୟ, ଡାକ୍ତର ଭୁବନ ମହାରଣା ଓ କଟକ ସହର ଜୀବନ ବିନ୍ଦୁ ସଂଯୋଜକ ରଂଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ