ଓଡ଼ିଶା ସଂକଳ୍ପ ପତ୍ର ପାଇଁ ଜନସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରିବା ପାଇଁ ଅଭିଯାନର ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଲକ୍ଷ୍ୟ, ଏଥିପାଇଁ ମୋଦିଙ୍କ ଗ୍ୟାରେଣ୍ଟି ହିଁ ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ର। ଏହି ସଂକଳ୍ପ ଭାରତର ୧୪୦ କୋଟି ଲୋକଙ୍କର ଆଶା, ଆକାଂକ୍ଷା ଓ ସ୍ବପ୍ନକୁ ପୂରଣ କରିବ । ଓଡ଼ିଶାର ସାଢେ ଚାରିକୋଟି ଲୋକଙ୍କୁ ଏହି ଐତିହାସିକ କାର୍ଯ୍ୟରେ ଯୋଡିବା ଉଦ୍ଦେଶ୍ୟ ସମସ୍ତ ଜିଲ୍ଲାକୁ ପ୍ରଚାର ରଥ ମାଧ୍ୟମରେ ମତାମତ ସଂଗ୍ରହ କରାଯିବ।ଏହି କ୍ରମରେ ଆଜି ମୋଦି ଗ୍ୟାରେଣ୍ଟି ସଂକଳ୍ପ ରଥ ବାଲେଶ୍ଵର ଜିଲାରୁ ଅଭିଯାନ ଆରମ୍ଭ କରିଅଛି। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଏହି ରଥର ଶୁଭାରମ୍ଭ କରାଇଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଉପସଭାପତି କମଲ ଲୋଚନ ଦାସ, ମମତା ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ସମ୍ପାଦକ ବିଜୟ ସାହୁ, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହସଂଯୋଜକ ରଣଜିତ ପୁଷ୍ଟି, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରା ରେଖା ମହାପାତ୍ର,ଏସସି ମୋର୍ଚ୍ଚା ସଭାପତି ମୃତ୍ୟଞ୍ଜୟ ଜେନା, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରାରେଖା ମହାପାତ୍ର, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସୁସ୍ମିତା ପଣ୍ଡା, ପରମାନନ୍ଦ ମହାପାତ୍ର, ସୁବୋଧଚନ୍ଦ୍ର ପଣ୍ଡା, ସଂଗ୍ରାମ ପରିଡ଼ା, ସୁଶାନ୍ତ ବେରା, ମଳୟ ବିଶ୍ବାଳ, ବିଭୁତି ସେନାପତି, ବିସ୍ତାରକ ସରୋଜ ସ୍ବାଇଁ, ପ୍ରଶାନ୍ତି ପଣ୍ଡା, ଅନ୍ନପୂର୍ଣ୍ଣା ନାୟକ, ସୁକାନ୍ତି ସାହୁ ଉପସ୍ଥିତ ଥିଲେ।ଲୋକଙ୍କୁ ଲିଖିତ ଭାବେ ପରାମର୍ଶ ଦେବାପାଇଁ ଅଥବା ୯୦୯୦୯୦୨୦୨୪ ନମ୍ବରକୁ ମିସ୍ କରିବା ପାଇଁ ଜିଲ୍ଲା ସଭାପତି ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ