ଓଡିଶା ରାଜ୍ୟ ଆଶା ସାଥୀ ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ୮ଦଫା ଦାବୀ; ଜିଲ୍ଲାପାଳଙ୍କୁ ଭେଟିଲେ ଶାଖାର କର୍ମକର୍ତ୍ତା 

ଛତ୍ରପୁର, (ଦେବଦତ୍ତ ମହାରଣା) : ଆଶା ସାଥୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬ହଜାର ଟଙ୍କା ପ୍ରଦାନ କରିବା, ଆଶା ସାଥୀ ମାନଙ୍କର ୟୁନିଫର୍ମ ଲାଗୁ କରାଯାଉ , ଆଶା ସାଥୀ ମାନଙ୍କୁ କାର୍ଯ୍ୟ ଦକ୍ଷତା କରିବା ପାଇଁ ତାଲିମ ପ୍ରଦାନ କରାଯାଉ, ୧୩ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ଇନସୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ସମେ ୮ଦଫା ଦାବୀ ନେଇ ମଙ୍ଗଳବାର ଦିନ ଭାରତୀୟ ମଜଦୂର ସଂଘର ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ସଭାନେତ୍ରୀ କୁମୁଦିନୀ ପ୍ରଧାନ ଓ ସମ୍ପାଦିକା ସୁଚିତ୍ରା ଆଚାର୍ଯ୍ୟଙ୍କ ନେତୃତ୍ୱ ଶାଖା ଆଶା ସାଥୀ ମାନେ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ