ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଉଦଘାଟନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଂ ଗ୍ରାମରେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ଅଞ୍ଚଳ ଗୃହ ସୋମବାର ଦିନ ଉଦଘାଟିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ କାଳିଞ୍ଜି ସମାଜର ନୂତନ ଗୃହକୁ ଉଦଘାଟନ କରିଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟା ଭୁନନେଶ୍ୱରୀ ଖଟେଇ, ସ୍ଥାନୀୟ ସରପଞ୍ଚ ବସନ୍ତ କୁମାର ସାମଲ, କାଳିଞ୍ଜି ସମାଜ କେନ୍ଦ୍ରୀୟ କମିଟି ସଭାପତି କୋରାନାଥ ସ୍ଵାଇଁ ଓ ସମ୍ପାଦକ ସନ୍ତୋଷ କୁମାର ଜେନା, “କାଳିଞ୍ଜି” ପତ୍ରିକାର ସମ୍ପାଦକ ଜଗବନ୍ଧୁ ଜେନା, କେନ୍ଦ୍ରୀୟ କମିଟି ସଭ୍ୟ ପର୍ଶୁରାମ ସ୍ଵାଇଁ, କଇଁଣ୍ଠି ଅଞ୍ଚଳ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ଅଞ୍ଚଳ ସାମନ୍ତ କେଶବ ଚନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ବେତାରସିଂ ଅଞ୍ଚଳ କାଳିଞ୍ଜି ସମାଜ କର୍ମକର୍ତ୍ତା ଏବଂ ୧୬ ଖଣ୍ଡ ଗ୍ରାମର ସମାଜ ଭାଇମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ