କୃଷକ ବିରୋଧୀ ଆଇନ୍‌କୁ କୃଷକମାନଙ୍କ ଅଭିନବ ଉପାୟରେ ପ୍ରତିବାଦ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଭାରତର ପ୍ରଥମ କୃଷକ ମନ୍ଦିର ମଣିଜୋରିଠାରେ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍‌କୁ ବିରୋଧ କରି ଶହ ଶହ ଚାଷୀ ଏକତ୍ରିତ ହୋଇ କୃଷକ ମନ୍ଦିରରେ କେନ୍ଦ୍ର ସରକାରଙ୍କ ବିରୋଧରେ ପୂଜାର୍ଚ୍ଚନା କରିବା ସହ କେନ୍ଦ୍ର ସରକାରଙ୍କୁ ଭଲ ବୁଦ୍ଧି ଦେବା ସହ କୃଷକ ବିରୋଧୀ ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ଭଗବାନ କୃଷକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏତଦ୍‌ବ୍ୟତୀତ ହାତରେ ବିଭିନ୍ନ ପ୍ରକାର ପ୍ଳାକାର୍ଡ଼ ଧରି କେନ୍ଦ୍ର ସରକାର କୃଷକ ବିଲ୍ ପ୍ରତ୍ୟାହାର କରିବା ଆମର ଦାବି, ଯଦି କେନ୍ଦ୍ର ସରକାର କୃଷି ବିଲ୍ ପ୍ରତ୍ୟାହାର ନକରନ୍ତି, ତେବେ ଏହି ଆନ୍ଦୋଳନ ଚାଲୁଛି, ଚାଲିବ । ମୋଦି ସରକାରଙ୍କ କୃଷକ ମାରଣନୀତି ବନ୍ଦ କର ଏଭଳି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଜୟ କୃଷକ କ୍ଲବ ନେତୃତ୍ୱରେ ଶହ ଶହ ଚାଷୀ କୃଷକ ମନ୍ଦିରରୁ ବାହାରି ଏରକଣା, ନିଶ୍ଚିତକୋଇଲି ଦେଇ ଦୋକାନ ବଜାର ବନ୍ଦ କରିଥିଲେ । ଏହି କାର୍ଯ୍ୟକ୍ରମ ଚାଷୀନେତା ପ୍ରତାପ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ କିଷାନ ନେତା କଲ୍ୟାଣ ଆନନ୍ଦ, ନବନର୍ମାଣ କୃଷକ ସଂଗଠନର ସୁରତ ମଲ୍ଲିକ, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ସୁନାକର ସାହୁ, ପିକେ ଝାନ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ