ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କର୍ମକର୍ତା ନିର୍ବାଚନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ଜାମପଲି ଠାରେ ଥିବା ସମାଜ ଗୃହ ଠାରେ ୭୫ ଗ୍ରାମକୁ ନେଇ ଗଠିତ କଇଣ୍ଡି ଅଞ୍ଚଳର ଆଗାମୀ ୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ ସଭାପତି ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ୧୧ଟି ମଣ୍ଡଳ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନିର୍ବାଚିତ ହୋଇଥିଲା । ଏଥିରେ ଆଗାମୀ ପାଞ୍ଚବର୍ଷ ପାଇଁ ସଭାପତି ଭାବେ ପୁଣିଥରେ ଜଗବନ୍ଧୁ ଜେନା, ଉପସଭାପତି ଭାବେ ସନ୍ତୋଷ ଜେନା, ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ସଙ୍ଗଠନ ସମ୍ପାଦକ ଶିବରାମ ପ୍ରଧାନ, ସଙ୍ଗଠକ ଭାବେ ତ୍ରିଲୋଚନ ବିଷୋୟୀ, କୋଷାଧ୍ୟକ୍ଷ ବିଭୁତି ଭୂଷଣ ଜେନା ଓ ଉପଦେଷ୍ଟା ଭାବେ ସୁରେନ୍ଦ୍ର ନାଥ ସ୍ୱାଇଁ, ଶ୍ୟାମ ସୁନ୍ଦର ରଣସିଂହ ଉଭୟେ କେନ୍ଦ୍ର ପରିଷଦକୁ ମନୋନୀତ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ କର୍ମକର୍ତା ମାନଙ୍କୁ ପର୍ଯ୍ୟବେକ୍ଷକ କେନ୍ଦ୍ର ଉପଦେଷ୍ଟା ସୀତାରାମ ଜେନା କୁଳଦେବତା ବିଶ୍ୱରୂପୀ ଭଗବାନଙ୍କ ଆଗରେ ଶପଥ ପାଠ କରାଇଥିଲେ । ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ଉପଦେଷ୍ଟା ଶ୍ରୀ ଯେନା ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ । ଏଥିରେ ପ୍ରତେକ ମଣ୍ଡଳ କର୍ମକର୍ତ୍ତାଙ୍କ ସମେତ ବହୁ ସମାଜ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ନବନିର୍ବାଚିତ ସଭାପତି ଶାନ୍ତି ପାଠ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ।


