ବନ ବିଭାଗ ପକ୍ଷରୁ ୨ ଅଭିଯୁକ୍ତଙ୍କୁ ଗିରଫ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଉତ୍ତର ଘୁମୁସର ବନଖଣ୍ଡ ଅଧିନ କେନ୍ଦ୍ରୀୟ ବନାଞ୍ଚଳର ରଗଡା ସରଂକ୍ଷିତ ଜଙ୍ଗଲରେ ବେଆଇନ ଭାବେ କାଠ କାଟୁଥିବା ବେଳେ ବନ ବିଭାଗ ପକ୍ଷରୁ ୨ ଅଭିଯୁକ୍ତଙ୍କୁ କାବୁ କରାଯାଇଛି । ରଗଡା ସେକସନ୍ର କମ୍ପାର୍ଟମେଣ୍ଟ୍ ନମ୍ବର ୩ ରେ ସାଗିଡି ଗ୍ରାମର ପରେଶ ଗମାଙ୍ଗ(୩୨) ଏବଂ ଖିଲାବାଡି ଗ୍ରାମର ଲିଙ୍ଗୁ ମଣ୍ଡଳ(୫୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସୂଚନା ଦେଇଛନ୍ତି । ଉଭୟ ଅଭିଯୁକ୍ତ ଜଙ୍ଗଲ ଭିତରେ ମୂଲ୍ୟବାନ ଶାଳ ଓ ସାହଜ ଗଛ କାଟୁଥିବା ସମୟରେ ଖବର ପାଇ ଲାଠିପଡା ସେକ୍ସନର ବନପାଳ ଅମ୍ରିତା ଜେନା , ବନରକ୍ଷୀ ପି.ମୋହନ, ଶିବାନନ୍ଦ ଦଳାଇ ସ୍କ୍ବାର୍ଡ ଟିମ୍ ସହ ଚଢଉ କରି ଉଭୟଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ୧୫ ଗୋଟି ଶାଳ ଏବଂ ୨୦ ଟି ସାହାଜ କାଠ ବଲ୍ହା ଓ କାଠ କାଟିବାରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ କେସ୍ ନମ୍ବର ୧୨୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ