ଓମ୍ରୋନ୍ ହେଲଥ୍ କେୟାର ପକ୍ଷରୁ ମୁମ୍ବାଇରେ ଅଭିଜ୍ଞତା କେନ୍ଦ୍ର ସ୍ଥାପିତ
ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କମ୍ପାନୀ ଓମ୍ରୋନ୍ ହେଲଥ୍ କେୟାର ପକ୍ଷରୁ ମୁମ୍ବାଇର ପଶ୍ଚିମ ଥାନେ ଠାରେ ଅଭିଜ୍ଞତା କେନ୍ଦ୍ର ଉଦ୍ଘାଟନ ସମ୍ପର୍କରେ ଘୋଷଣା କରାଯାଇଛି । ଏଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧ କରାଯିବ । ସମ୍ପ୍ରତି ଭାରରେ ଓମ୍ରୋନ୍ର ୫୦ ଟଚ୍ ପଏଂଟ୍ କାର୍ଯ୍ୟ କରୁଛି । ଏଠାରେ ଅଭିଜ୍ଞତା ସହିତ, ସେବା ଏବଂ ପିକ୍ ଅପ୍ ସେବା ଯୋଗାଇ ଦିଆଯାଉଛି । ଗ୍ରାହକଙ୍କ ନିକଟବର୍ତୀ ହେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ସେବା ଯୋଗାଇ ଦିଆଯାଉଛି । ଗ୍ରାହକ ବିଭିନ୍ନ ଉତ୍ପାଦ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ଏହି କେନ୍ଦ୍ରରେ ବଖାଣି ପାରିବେ । ଏହି କେନ୍ଦ୍ରରେ କମ୍ପାନୀର ବିଭିନ୍ନ ଉତ୍ପାଦର ମରାମତି କରାଯିବ । ଏହି କେନ୍ଦ୍ରରେ ଗ୍ରାହକଙ୍କୁ କମ୍ପାନୀର ବିଭିନ୍ନ ଆଧୁନିକ ଉତ୍ପାଦ ସମ୍ପର୍କରେ ମଧ୍ୟ ଅବଗତ କରାଯିବ । ଗ୍ରାହକଙ୍କୁ ବିଭିନ୍ନ ଉତ୍ପାଦର ବ୍ୟବହାର କିପରି କରାଯିବ ତାହାର ପ୍ରଦର୍ଶନ ମଧ୍ୟ କରାଯିବ । ଏହି ଅଭିଜ୍ଞତା କେନ୍ଦ୍ରରେ ଅଭିଜ୍ଞତା ଜୋନ୍ ମଧ୍ୟ ରହିଛି । ପ୍ରତିଦିନ ୧୦୦ରୁ ଅଧିକ ଗ୍ରାହକ ଏହି କେନ୍ଦ୍ରକୁ ଆସିବେ ବୋଲି ଆଶା କରାଯାଉଛି । ପରବର୍ତୀ ସମୟରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାର ଆଶା ରହିଛି ।


