୧୦ରେ ଗୁରୁ ଗୋପିକୃଷ୍ଣ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗୁରୁ ଗୋପିକୃଷ୍ଣ ବେହେରା ଫାଉଣ୍ଡେସନ ତରଫରୁ ଆସନ୍ତା ଅକ୍ଟୋବର ୧୦ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଜୟଦେବ ଭବନରେ ବର୍ଷିୟାନ ଗୁରୁ ସ୍ୱର୍ଗତ ଗୋପିକୃଷ୍ଣ ବେହେରାଙ୍କ ଜୟନ୍ତୀ ପାଳନ କରାଯିବ ବୋଳି ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥିର କରାଯାଇଛି । ଫାଉଣ୍ଡେସନ ପକ୍ଷରୁ ତାଙ୍କର ବହୁବିଧ ପ୍ରତିଭା ସାହିତ୍ୟ, ସଙ୍ଗୀତ, ପଲ୍ଲୀ ଓ ଓଡ଼ିଶୀ ନୃତ୍ୟ, ଯାତ୍ରା ଡୁଏଟ, ଯାତ୍ରା ଅଭିନୟକୁ ନେଇ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥିସହିତ ଫାଉଣ୍ଡେସନ ତରଫରୁ ଏକ କାର୍ଯ୍ୟକାରୀ କମିଟି ଗଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଗୁରୁ ଧନେଶ୍ୱର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଗୟାଧର ରାଉତ, ଉପ ସଭାପତି ଗୁରୁ ନିରଞ୍ଜନ ରାଉତ, ସମ୍ପାଦକ ଲାଲା ବୀରେନ ରାୟ, ଯୁଗ୍ମ ସମ୍ପାଦକ ଗୁରୁ ସନାତନ ନାୟକ, କୋଷାଧ୍ୟକ୍ଷ ଗୁରୁ ନିତ୍ୟାନନ୍ଦ ଦାସଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୁରୁ ସ୍ୱର୍ଗତ ଗୋପିକୃଷ୍ଣ ବେହେରାଙ୍କୁ ଭଲ ପାଉଥିବା ଗୁରୁ ରାମହରି ଦାସ, ଡ଼ାକ୍ତର ସଙ୍ଗୀତା ଗୋସାଇଁ, ଦୁର୍ଗାଚରଣ ରଣବୀର, କୃପାସିନ୍ଧୁ ବେହେରା, ଚିତ୍ତରଞ୍ଜନ ମଲ୍ଲିଆ, ଗଜେନ୍ଦ୍ର ପଣ୍ଡା, ବିକାଶ ଶୁକ୍ଲା ଓ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ