ଓସିଏ ଜୁନିୟର ଆନ୍ତଃକ୍ଲବ ଫାଇନାଲରେ ପାରାଦୀପ କ୍ରିକେଟ ଏକାଡେମି ଓ ପୋର୍ଟ କ୍ଲବ

ପାରାଦ୍ୱୀପ, (ପୀତବାସ ପ୍ରଧାନ): ଓଡିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ପକ୍ଷରୁ ଆୟୋଜିତ ଜୁନିୟର ଆନ୍ତଃକ୍ଲବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ଚାଲୁଥିବା ତୃତୀୟ ଦିବସରେ ପାରାଦୀପ କ୍ରିକେଟ ଏକାଡେମି ଓ ଡାଇମଣ୍ଡ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାରାଦୀପ କ୍ରିକେଟ ଏକାଡେମି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୫ୱିକେଟ ହରାଇ ୩୪୪ରନ୍ କରିଥିଲା । ଏକାଡେମି ପକ୍ଷରୁ ଅର୍ପିତ୍ ସତ୍ୟମ ମହାନ୍ତି ଚିତାକର୍ଷକ ବ୍ୟାଟିଂ କରି ୧୦୭ବଲରେ ୧୨୦ରନ୍ ସହିତ ୯ଓଭର ବୋଲିଂ କରି ୩ୱିକେଟ ଅକ୍ତିଆର କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହାର ଜବାବରେ ଡାଇମଣ୍ଡ କ୍ରିକେଟ କ୍ଲବ ୪୨ ଓଭରରେ ସମସ୍ତ ୱିକେଟ ହରାଇ ୧୯୮ରନ୍ କରି ପରାଜୟ ବରଣ କରିଥିଲା । ତେବେ ଦ୍ୱିତୀୟ ଗ୍ରୁପ ମ୍ୟାଚରେ ପାରାଦୀପ ପୋର୍ଟ କ୍ଲବ ବ୍ଲୁଷ୍ଟାର କ୍ଲବକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ଆସନ୍ତା କାଲି ପାରାଦୀପ କ୍ରିକେଟ ଏକାଡେମି ସହିତ ପାରାଦୀପ ପୋର୍ଟ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଓସିଏ ସଭ୍ୟ ରବିନ୍ଦ୍ର କୁମାର ଦାସଙ୍କ ଠାରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ