ଇଫ୍କୋ ଦ୍ୱାରା ରାଷ୍ଟ୍ରିୟ ସୁରକ୍ଷା ଦିବସ ପାଳିତ
ପାରାଦ୍ୱୀପ, (ପୀତବାସ ପ୍ରଧାନ): ଇଫ୍କୋ ପାରାଦ୍ୱୀପ ୟୁନିଟ୍ ପକ୍ଷରୁ ୫୦ତମ ଜାତୀୟ ସୁରକ୍ଷା ଦିବସ ମାର୍ଚ୍ଚ ୪ତାରିଖ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ କର୍ମଚାରୀ, ଠିକାଦାର ଓ ଶ୍ରମିକ ମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସଚେତନ କରାଯାଇଥିଲା । ସମସ୍ତ କୋଭିଡ୍ ନିୟମ ପାଳନ କରାଯାଇ ଇଫକୋ ପାରାଦ୍ୱୀପ ୟୁନିଟ୍ର ଉଚ୍ଚ ପଦାଧିକାରୀ, ଅଧିକାରୀ ଓ କର୍ମଚାରୀ ସଂଘର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଜାତୀୟ ସୁରକ୍ଷା ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ପାରାଦ୍ୱୀପ ଶାଖାର ସହ ନିର୍ଦ୍ଦେଶକ ସି.କେ.ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫ୍ୟାକ୍ଟ୍ରି ପରିସରରେ ସୁରକ୍ଷା ନିୟମ ମାନି କାର୍ଯ୍ୟ କରିବା ପାଇଁ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ । ଇଫ୍କୋ ପାରାଦ୍ୱୀପ ୟୁନିଟ୍ ମୁଖ୍ୟ କେ.ଜେ. ପଟେଲ ସମବେତ କର୍ମଚାରୀ ମାନଙ୍କୁ କହିଥିଲେ ଯେ କାରଖାନା ପରିସରରେ ସୁରକ୍ଷା ନିୟମ ମାନୀ ସ୍ୱଚ୍ଛତା, ସୁରକ୍ଷିତ ଓ ନିର୍ଭୟର ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ । ଅନ୍ୟମାନଙ୍କ ମଧ୍ୟରେ ଇଫକୋ ଜେଜିଏମ୍ ଆର୍.କେ.ପାଣ୍ଡେ, ଏଫ୍ ଆଣ୍ଡ ଏସ୍ ସିନିୟର ମ୍ୟାନେଜର ଏସ୍.କେ କାମ୍ବଲେ ପ୍ରମୁଖ ସୁରକ୍ଷା ସଚେତନତା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।


