ଓହାନରେ ବିବାହ ପାଇଁ ପଞ୍ଜିକରଣ କାର୍ଯ୍ୟାଳୟରେ ଭିଡ଼

ବେଜିଂ: କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚୀନର ଓହାନ ସହରରେ ଲକଡାଉନ ହଟାଇ ଦିଆଯିବାର ଇତି ମଧ୍ୟରେ କିଛି ଦିନ ବିତିଗଲାଣି । ୭୬ ଦିନ ପାଇଁ ଏଠାରେ ଲକଡାଉନ ଜାରି କରାଯାଇଥିଲା । ଏବେ କୌଣସି କଟକଣା ନଥିବା ସୁଯୋଗରେ ଯୁବ ବର୍ଗର ଲୋକମାନେ ବିବାହ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଫଳରେ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସେହିଭଳି ‘ୱେଡିଙ୍ଗ ଫଟୋଗ୍ରାଫି ଷ୍ଟୁଡିଓ’ରେ ମଧ୍ୟ ଗହଳି ହେବାର ଲାଗିଛି । ଚାଇନା ଡେଲି ମୁତାବକ ଲକଡାଉନ ପରେ ଯେ କୌଣସି ଦିନ ବିବାହ କଲେ ମଙ୍ଗଳ ହେବ ବୋଲି ଲୋକମାନେ ଭାବୁଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ବେଳେ ସେମାନେ ଯେଉଁ ପରିସ୍ଥିତିର ସାମ୍ନା କରିଥିଲେ, ଏବେ ତାହାକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି । ତେଣୁ ପ୍ରତ୍ୟେକ ଦିନ ଏଠାରେ ଅନେକ ସଂଖ୍ୟାରେ ଯୁବକ ଯୁବତୀ ବିବାହ କରୁଛନ୍ତି । ଆଭିଭା ୱେଡିଙ୍ଗ ଫଟୋଗ୍ରାଫି ଷ୍ଟୁଡିଓକୁ ମଙ୍ଗଳବାର ନିଜ ଭାବରୀ ସ୍ୱାମୀ ବିବାହ ପ୍ରମାଣପତ୍ର ପାଇଁ ତାରିଖ ଚୂଡାନ୍ତ କରୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଏବେ ହିଁ ବିବାହ କରିବାକୁ ଚାହୁଁଛି । ଓହାନରେ ପ୍ରେମୀଯୁଗଳମାନେ ଜାନୁଆରରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ପ୍ରସ୍ତୁତି ବି ଚଳାଇଥିଲେ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାରୁ ତାହା ବାତିଲ ହୋଇଯାଇଥିଲା । ଏହା ପରେ ସେମାନେ ମାର୍ଚ୍ଚରେ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ଯିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଲକଡାଉନ ଯୋଗୁ ସେମାନଙ୍କ ସବୁ ଯୋଜନା ପଣ୍ଡ ହୋଇଯାଇଥିଲା । ଫଟୋଗ୍ରାଫି ଷ୍ଟୁଡିଓ ମ୍ୟାନେଜର ଗୁଓ ଜିଓଫ୍ୟାନ କହିଛନ୍ତି, ଲକଡାଉନ ପରେ ବିବାହ ଫଟୋ ନିମନ୍ତେ ଚାହିଦା ବଢ଼ିବାରେ ଲାଗିଛି । କାରଣ ଯେଉଁମାନଙ୍କର ବିବାହ ଅଟକିଥିଲା, ସେମାନେ ଏବେ ଲମ୍ବା ଧାଡ଼ି ଲଗାଉଛନ୍ତି । କିନ୍ତୁ ଆମେ ଦିନକୁ ଦୁଇ କିମ୍ବା ତିନୋଟି ଯୋଡ଼ାଙ୍କୁ ସେବା ଯୋଗାଇ ପାରିବୁ । ପୂର୍ବରୁ ଆମେ ଗୋଟିଏ ଦିନରେ ୧୬ ଯୋଡ଼ା ସେବା ଯୋଗାଉଥିଲୁ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ ପରେ ପରିସ୍ଥିତି ବଦଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ