ଓଡ଼ିଶାରେ ମିଳୁନି କାମ, କର୍ମକ୍ଷେତ୍ରକୁ ଫେରି ଯାଉଛନ୍ତି ପ୍ରବାସୀ ଶ୍ରମିକ
କୋଦଳା, (ଗୁଲସନ୍ କୁମାର କର): କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ କାମଧନ୍ଦା ବନ୍ଦ ହେବା ଯୋଗୁଁ ସମସ୍ତେ ନିଜର ଭିଟାମାଟିକୁ ଫେରିଛନ୍ତି। ମାର୍ଚ୍ଚ ମାସରୁ ଅଧିକାଂଶ ଲୋକ ଗଞ୍ଜାମ ଫେରିଛନ୍ତି ଏଠାରେ ବି କାମଧନ୍ଦା ଅଭାବରୁ ୪ ମାସ ହେଲା ଦୁର୍ବିସହ ଜିବନ ବିତାଉଛନ୍ତି। ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସିରେ ଅନ୍ୟ ଶ୍ରମିକମାନଙ୍କ ଦ୍ୱାରା କାମ କରାଯାଉଥିବା ବେଳେ ପ୍ରକୃତ ଜବକାର୍ଡ ହିତାଧିକାରୀ ଶ୍ରମିକ କାମ ପାଉନାହାନ୍ତି ଏବଂ ଯେଉଁମାନେ ପାଉଛନ୍ତି ସେମାନେ କମ ମୂଲ୍ୟରେ କାମ କରୁଛନ୍ତି। ଏହି ଅଞ୍ଚଳର ପ୍ରାୟ ଅନେକ ଶ୍ରମିକ ବମ୍ବେ,ସୁରଟ,କେରଳ, ଆନ୍ଧ୍ରପ୍ରଦେଶ, ଗୋଆ ଆଦି ରାଜ୍ୟ ମାନଙ୍କରେ କୋଠାବାଡି ,ସୁତାକଳ ଏବଂ ରେଳବାଇ କଂକ୍ରିଟ ସ୍ଲିପର କାମ କରନ୍ତି ଓ ଜୀବିକା ନିର୍ବାହ କରନ୍ତି। ଇତି ମଧ୍ୟରେ ଶ୍ରମିକମାନେ ଜୀବିକା ପାଇଁ ଡ଼ହଳ ବିକଳ ହୋଇପଡୁଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ସେଭଳି ଥଇଥାନ ବ୍ୟବସ୍ଥା ହୋଇପାରୁନଥିବାରୁ ଶ୍ରମିକମାନେ କର୍ମସ୍ଥଳକୁ ଫେରିଯିବାକୁ ଉଦ୍ୟମ କରୁଛନ୍ତି। ବାରମ୍ବାର ସଟଡାଉନ ଓ ଲକଡାଉନ ପାଇଁ ଟ୍ରେନ ଓ ଫ୍ଲାଇଟ କଟକଣା ରହିଅଛି। ତଥାପି କେତେଜଣ ଲୁଚିଛପି ଶ୍ରମିକ ବସ ଯୋଗେ ବିଭନ୍ନ ରାଜ୍ୟକୁ ଯାତାୟତ କରୁଛନ୍ତି ଓ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସରକାର ଶ୍ରମ ଆଇନ ଉପରେ ସଚେତନ କରିବା ସହ ଓଡ଼ିଶାରେ ହିଁ କାମ ଯୋଗେଇଦେଲ ଉପକୃତ ହୋଇପାରିବେ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି।


