ବରିଷ୍ଠ ଶିକ୍ଷାବିତ୍ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବୃକ୍ଷରୋପଣ

ବେଲଗୁଣ୍ଠI,(ଶିବରାମ ଚୌଧୁରୀ): ବରିଷ୍ଠ ଶିକ୍ଷାବିତ୍ ତଥା କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ରେସ୍ପଣ୍ଡ ଗ୍ରୀନ ପ୍ରୟାସ ତରଫରୁ ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ବଡ଼ ଦୋଡ଼ଙ୍ଗା ଏବଂ କେ.ନୂଆଗଡ଼ ଗ୍ରାମରେ ଚାରା ବଣ୍ଟନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ସିୟଙ୍କ ନେତୃତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଚାରା ରୋପଣ କରିଥିଲେ I ସ୍ଵର୍ଗତ ଦାସଙ୍କ ସୁପୁତ୍ର ଅନୁପମ ଅଭିନନ୍ଦନ ଦାସ ଏବଂ ସମ୍ପର୍କୀୟମାନେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କ ସ୍ମୃତି ଚାରଣ କରିବା ସହ ବୃକ୍ଷରୋପଣ କରିଥିଲେ I ଟ୍ରଷ୍ଟ ସଦସ୍ୟ ଚିନ୍ମୟ ପୋଲାଇଙ୍କ ସଂଯୋଜନାରେ ପ୍ରକୃତି ପ୍ରେମୀମାନଙ୍କୁ ଚାରା ବଣ୍ଟନ କରାଯିବା ସହ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ସିୟଙ୍କ ସଂଯୋଜନାରେ ଅତିଥି, ଗ୍ରାମବାସୀ ଏବଂ ଅଞ୍ଚଳର କିଛି ଛାତ୍ରଛାତ୍ରୀ ବୃକ୍ଷରୋପଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କୋଭିଡ-19 ମାର୍ଗଦର୍ଶିକା ଅନୁଯାୟୀ ମାସ୍କର ବ୍ୟବହାର ସହ ସାମାଜିକ ଦୂରତ୍ଵ ରକ୍ଷା ଏବଂ ସ୍ଵଚ୍ଛତା ପ୍ରତି ଦୃଷ୍ଟି ଦେଇ କାହ୍ନୁ, ଆଦିତ୍ୟ,ରାହୁଲ ଏବଂ ଟ୍ରଷ୍ଟର ସମସ୍ତ ସଦସ୍ୟମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ