ସମାଜସେବୀ ରାଧାକୃଷ୍ଣ ପାଣିଗ୍ରାହୀଙ୍କ ପରଲୋକ
ସୋରଡା, (ରଜନୀ ମହାପାତ୍ର): ସୋରଡାର ଆଦର୍ଶବାଦୀ,ଗାନ୍ଧୀବାଦୀ ସମାଜସେବୀ , ଜଣେ ବରିଷ୍ଠ ବୁଦ୍ଧିଜୀବୀ,ଭଲ ପ୍ରବକ୍ତା,ସଂସ୍କୃତି ଗବେଷକ, ସାରସ୍ଵତ ସାଧକ,ଧାର୍ମିକ ବ୍ୟକ୍ତି ଥିଲେ ରାଧାକୃଷ୍ଣ ପାଣିଗ୍ରାହୀ। ସବୁଠାରୁ ବଡ ହେଲା ସେ ଏ ସବୁ ବ୍ୟତୀତ ପ୍ରଭୁ ଜଗନ୍ନାଥ ଙ୍କ ଅନନ୍ୟ ଭକ୍ତ ଥିଲେ। ଜଗନ୍ନାଥ ତତ୍ଵ ଓ ଜଗନ୍ନାଥ ଙ୍କ ଉପରେ ତାଙ୍କ ର ପ୍ରଗାଢ ଭକ୍ତି ଓ ବିଶ୍ୱାସ ରହିଥିଲା। ପରିଣାମ ସ୍ୱରୂପ ସେ ନିଜର ଚାକିରି ଜୀବନରୁ ଅବସ ନେଲା ପରେ ମଧ୍ୟ ସୋରଡା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିଚାଳନା କମଟି ରେ ସଦସ୍ୟ ଭାବେ ଦୀର୍ଘ 20 ବର୍ଷ ରୁ ଉର୍ଦ୍ଧ ଅନବରତ ସେବା ଯୋଗାଇଦେଇ ଆସିବା ସହ ମନ୍ଦିର ଉନ୍ନତି ପାଇଁ ଅନେକ ଚେଷ୍ଟା କରିଛନ୍ତି। ସ୍ଵର୍ଗତ ପାଣିଗ୍ରାହୀ ଙ୍କ ସମୟରେ ସୋରଡା ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ରେ ଅନେକ ପରିବର୍ତନ ଅଣାଯାଇଥିଲା । ଦୀର୍ଘ ବର୍ଷ ଧରି ଚାଲିଆସିଥିବା ରଥ ଉପରେ ଅସଭ୍ୟ ଭାଷା ର ପ୍ରୟୋଗ ବନ୍ଦ ହେବା ସହ, ସୋରଡା ରେ ବଡ ଠାକୁରଙ୍କ ସୁନା ବେସ, ଜାକଜକମ ରେ ରଥ ଯାତ୍ରା ଆୟୋଜନ, ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ, ଗଜପତି ମହାରାଜାଙ୍କୁ ମନ୍ଦିର କୁ ନିମନ୍ତ୍ରଣ କରି ଆଣିବା, ଆଡପମଣ୍ଡପ ରେ ବେସ ନୀତି ସହ ସବୁଠାରୁ ବଡ ସଫଳତା ଥିଲା ସୋରଡା ରାଜବଂଶ ପରିବାର କୁ ଖୋଜି ବାହାର କରି ସୋରଡା ରାଜା ସାହେବ ଡାକ୍ତର ଦେବଦତ୍ତ ସିଂହ ଦେଓ ଙ୍କ ଦ୍ଵାରା ଛେରା ପହଁରା ନୀତି ସମ୍ପନ୍ନ କରିବା ସବୁଠାରୁ ଶ୍ରେଷ୍ଠ ପ୍ରଚେଷ୍ଟା ଥିଲା। ଯାହାର ପରିଣାମ ସ୍ୱରୂପ ସୋରଡା ରୁ ୧୮୩ ବର୍ଷ ରୁ ଉର୍ଦ୍ଧ ଜଗନ୍ନାଥ ଙ୍କ ଠାରୁ ଦୂର ରେ ରହିଥିବା ରାଜ ପରିବାର ଆଜି ମନ୍ଦିର ସହ ଜଡିତ ଅଛନ୍ତି।ଜଣେ ବରିଷ୍ଠ ସଦସ୍ୟ ଭାବେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ର ସମସ୍ତ ସରକାରୀ ଭାବେ ପରିଚାଳନା ଦାଇତ୍ଵ ତାଙ୍କ ଉପରେ ନ୍ୟସ୍ତ ଥିଲା। ମନ୍ଦିର ର ଯାବତିୟ ଜମି ଜମା ସବୁ ବୁଝିବା ସହ ମନ୍ଦିର ର ଆୟବ୍ୟୟ ହିସାବ ସେ ନିଜେ ତଦାରଖ କରୁଥିଲେ। ସର୍ବଦା ଗାନ୍ଧୀବାଦୀ ବିଶ୍ଵାସୀ ଯୋଗୁଁ ଖଦଡ ପିନ୍ଧିବା ତାଙ୍କର ଅଭ୍ୟାସ ଥିଲା। ତାଙ୍କର ବିୟୋଗ ରେ ଆଜି ସୋରଡା ବହୁତ ବଡ କ୍ଷତି ସହିଛି। ସହର ସମେତ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ସୋରଡା ରାଜବଂଶ ଦାୟାଦ ତଥା ରାଜସାହେବ ଡାକ୍ତର ଦେବଦତ୍ତ ସିଂ ଦେଓ ସୋରଡାର ପୂର୍ବତନ ତହସିଲଦାର ଅମର କୁମାର ବସନ୍ତ ରାୟ, ସୋରଡା ର ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ତହସିଲଦାର ରବୀନ୍ଦ୍ର ମିଶ୍ର ସହ ମନ୍ଦିର ପରିଚାଳନା କମିଟି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାନପନ କରାଯାଇଛି । ସ୍ଵର୍ଗତ ପାଣିଗ୍ରାହୀ ଗତ ଏକ ମାସ ହେଲା ସଜ୍ୟାଶାୟୀ ଥିଲେ। ମୃତ୍ୟୁବେଳେ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


